ଅନ୍ମେଷl ଛାତ୍ରାବାସ ରେ ସ୍ୱାଭିମାନ ଦିବସ ପାଳିତ ।

ଜି ଉଦୟଗିରି ୨୮/୦୪( ନୀଳମାଧଵ ପ୍ରଧାନ ) ଅନ୍ମେଷl ଛାତ୍ରାବାସ ଅଧକ୍ଷ ଦୈତାରୀ ଦିଗାଲଙ୍କ ଅଧକ୍ଷତା ରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି l ଆୟୋଜିତ ସ୍ୱାଭିମାନ ଦିବସ ରେ କନ୍ଧମାଳ ଜ଼ିଲ୍ଲା ଯୋଗ ପ୍ରଭାରୀ ତଥା ସାମ୍ବାଦିକ ବଟକୃଷ୍ଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଯୋଗ ଶିକ୍ଷା ଦେବା ସହ ଯୋଗ ଦ୍ୱାରା ଛାତ୍ରଛାତ୍ରୀ ନିରୋଗ ରହିବା ସହ ଶାରୀରିକ ଓ ମାନସିକ ବିକାଶ ସମ୍ଭଵ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟତମ ଅତିଥିଭାବେ ସାମ୍ବାଦିକ ପ୍ରତାପ ଚଦ୍ର ପାଢ଼ୀ, ଦୁର୍ଗାମାଧବ ପଟ୍ଟନାୟକ ଓ ସି ଆର ସି ସି ବିଦେଶୀ ନାୟକ ଯୋଗଦେଇ ମଧୁବାବୁ ଙ୍କ ତ୍ୟାଗ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଭୂମିକା ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି ତାଙ୍କ ନିଷ୍ଠା ଆଦି ସମ୍ପର୍କ ରେ ବିସ୍ତୃତ ମତ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମ ପରିଚାଳନା ରେମେଟ୍ରୋନ ସରୋଜିନୀ ଖଟୁଆ, ୱାଡେନ ଶୁଭେନ୍ଦୁ ପ୍ରଧାନ, ନଦିନୀ ପ୍ରଧାନ ଓ ଲକ୍ଷ୍ମପ୍ରିୟା ମଲିକ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *