ତନରଡ଼ା ଅଷ୍ଟମ ବାଟାଲିଅନ୍ ହାବିଲଦାରଙ୍କ ଆତ୍ମହତ୍ୟା।

ଗଞ୍ଜାମ ଜିଲ୍ଲା ପ୍ରତିନିଧି (ଶିବରାମ ଚୌଧୁରୀ) ବେଲଗୁଣ୍ଠା (ନାରାୟଣ ପଣ୍ଡା )୧୪/୦୫, ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ବାଟାଲିଅନର ହାବିଲଦାର ଦେବାଶିଷ ବେହେରା ମଙ୍ଗଳବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଟ୍ରେଡିଙ୍ଗରେ ବିପୁଳ କ୍ଷତି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ପ୍ରକାରେ ସ୍ବର୍ଗତ ଦେବାଶିଷଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ସୁବ୍ରତ ବେହେରାଙ୍କ ପୁଅ। ଦେବାଶିଷଙ୍କ ଦୁଇଟି ଝିଅ ହୋଇଥିବା ବେଳେ ସାନ ଝିଅ ର ଛାତିରେ ଅସୁବିଧା ଥିବା ଜଣାପଡିଛି l ସ୍ତ୍ରୀ ସହ ଝିଅମାନେ ପରିବାର ସହିତ ନିଜ ଗ୍ରାମରେ ରହି ଆସୁଛନ୍ତି । ମଙ୍ଗଳବାର ରାତିରେ ହାବିଲଦାର ଦେବାଶିଷ ବେଲଗୁଣ୍ଠା ଥାନା ଅନ୍ତର୍ଗତ କୁରୁଳେଇ ରାସ୍ତାର ଏକ କାକପୋଇ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ୱର୍ ୧୬/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦେବାଶିଷଙ୍କ ପରିବାର ଲୋକଙ୍କୁ ଡକାଇ ତାଙ୍କ ଶବ ବାପା ଙ୍କୁ ହସ୍ତାନ୍ତର କରାଯାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ଋଣ ହେତୁ ମାନସିକ ଅବସାଦରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ପ୍ରକାରେ ଦେବାଶିଷ ୧୪ ଲକ୍ଷ ଟଙ୍କାର ଗୃହ ଋଣ ଉଠାଇବା ସହିତ ବାହାରୁ ମଧ୍ୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧାର କରି ଟ୍ରେଡିଂରେ ଲଗାଇଦେଇଥିଲେ। ଟ୍ରେଡିଂରେ କ୍ଷତି ସହିବା ସହିତ ଧାର କରିଥିବା ଲୋକଙ୍କ ଟଙ୍କା ଫେରାଇ ନପାରି ମାନସିକ ଚିନ୍ତାରେ ବିଚଳିତ ହୋଇ ଆତ୍ମହତ୍ୟା କରିଥିବା ଆଲୋଚନା କରାଯାଉଛି।

Leave a Reply

Your email address will not be published. Required fields are marked *