
ଭଞ୍ଜନଗର ୧୪/୦୫ ( ପି. କେଦାରନାଥ ପାତ୍ର )ଗୋଟିଏ ପଟେ ମା’ ଠାକୁରାଣୀଙ୍କ ଯାତ୍ରା ପାଇଁ ସହର ଜନସମୁଦ୍ର ପାଲଟିଥିବା ବେଳେ, ଅନ୍ୟପଟେ ଏହି ଗହଳି ଭିତରେ ପଶିଛି ବାଘ। ଜନଗହଳି ପୂର୍ଣ୍ଣ ସହର ମଝିରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି, ଯାହାକୁ ନେଇ ଏବେ ସାରା ସହରରେ କୋକୁଆ ଭୟ ଖେଳିଯାଇଛି।ଗୋଟିଏ ପଟେ ଘଣ୍ଟୁଆଙ୍କ ଶବ୍ଦ ଓ ଭକ୍ତଙ୍କ ଭିଡ଼, ଆଉ ତା’ରି ଭିତରେ ଅତର୍କିତ ଭାବେ ପଶି ଆସିଛି ଏକ ମହାବଳ ବାଘ କୁ ଲୋକେ ଯାତ୍ରା ଉପଭୋଗ କରଛନ୍ତି l ଲୋକ ମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ୁବା ବଦଳରେ ବାଘ ଦେଖିବାର ମଜା ନେଉଛନ୍ତି।
ଖାଲି ରାସ୍ତାରେ ନୁହେଁ, ରାତି ହେଲେ ବାଘଟି ଏବେ ଲୋକଙ୍କ ଘର ଭିତରକୁ ମଧ୍ୟ ପଶିଯାଉଛି। ଭଞ୍ଜନଗର ସହରର ମୁଖ୍ୟ ବଜାର ଅଞ୍ଚଳରେ ବାଘ ବୁଲୁଥିବା ନେଇ ପିଲାମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଅନେକ ସ୍ଥାନରେ ବାଘ ଲୋକଙ୍କ ଘର ବାରଣ୍ଡା ବା ବାଡ଼ି ପଟେ ବୁଲୁଥିବା ଦେଖୀ ସେଲ୍ଫି ନେଉଚୁଛନ୍ତି ।ସହରବାସୀଙ୍କ ମଧ୍ୟରେ ଏବେ ଯାତ୍ରା ଖୁସି ପରିବର୍ତ୍ତେ ଭୟର ବାତାବରଣ। ଲୋକେ ନିଜ ନିଜ ଘରର କବାଟ ଝରକା ବନ୍ଦ କରି ଭିତରେ ରହିଛନ୍ତି। ମା ଙ୍କ ଯାତ୍ରା ଶେଷ ପର୍ଯ୍ୟରେ ପଞ୍ଚିହିବା ବେଳେ ମଣିଷ ବାଘ ଭେଷ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି।
