
ଜି ଉଦୟଗିରି,୨୧/୦୫ (ନୀଳମାଧବ ପ୍ରଧାନ )ଜି ଉଦୟଗିରି ପ୍ରେସ କ୍ଳବର ସାଧାରଣ ବୈଠକ ନିକଟସ୍ଥ ଜେସିପି ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରେସ କ୍ଳବ ସଭାପତି ରାମକୃଷ୍ଣ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ସମାଜର ମଙ୍ଗଳ ପାଇଁ ସାମ୍ବାଦିକଙ୍କ କଲମ ଚାଳନର ମୁଖ୍ୟ ଲକ୍ଷ୍ୟ ହେଉ ବୋଲି ବରିଷ୍ଠ ସାମ୍ବାଦିକ ତଥା ମାର୍ଗ ଦର୍ଶକ ବିଦ୍ୟାଧର ପାଳ କହିଛନ୍ତି।ବୈଠକରେ ସହ ସମ୍ପାଦକ ପ୍ରତାପ ଚନ୍ଦ୍ର ପାଢୀ ପୂର୍ବବିବରଣୀ ପଠନ କରିଥିଲେ I “ପ୍ରେସ କ୍ଲବ” ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବାକୁ ସାଙ୍ଗଠନିକ ସମ୍ପାଦକ ଏନ ରାଜା ରାଓ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିଲା। ବୈଠକ ରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ,ଦେବନାଥ ଦଳବେହେରା, ପତିତପାବନ ସାହୁ,ଉପ ସଭାପତି ପ୍ରଶନ୍ନ କୁମାର ମିଶ୍ର,ବଟକୃଷ୍ଣ ଦାସ,ଦୁର୍ଗାମାଧବ ପଟ୍ଟନାୟକ,ପି.ସଞ୍ଜୀବ ପାତ୍ର,ନୀଳମାଧବ ପ୍ରଧାନ,ପ୍ରଜ୍ଞାଜିତ ନାୟକ,ସୁରେଶ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ସାଧାରଣ ବୈଠକରେ ସମାଜ କଲ୍ୟାଣ ପାଇଁ ଜଣେ ସାମ୍ବାଦିକ ଙ୍କ ଭୂମିକା କଣ ହେବା ଉଚିତ ସେନେଇ ନିଜ ନିଜର ମତାମତ ପ୍ରଦାନ କରିଥିଲେ ସମସ୍ତ ସଦସ୍ୟ Iଶେଷରେ ସଭ୍ୟ ପ୍ରଜ୍ଞାଜିତ ନାୟକ କ୍ଲବର ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
