ଜି.ଉଦୟଗିରିରେ ଆରମ୍ଭ ହେଲା ସ୍ବତନ୍ତ୍ର ସଘନ ସଂଶୋଧନ(ଏସଆଇଆର) କାର୍ଯ୍ୟକ୍ରମ।

ଜି.ଉଦୟଗିରି,୩୧/୦୫(ନୀଳମାଧଵ ପ୍ରଧାନ ) ସାରା ରାଜ୍ୟରେ ଆଜି ଠାରୁ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ଜି.ଉଦୟଗିରିରେ ମଧ୍ୟ ଏହା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।ନିର୍ବ।ଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ନିର୍ଭୁଲ ଭୋଟର ତାଲିକା ପ୍ରକାଶ ଲାଗି ପ୍ରତି ବୁଥ ସ୍ତରରେ ବିଏଲଓ ଘରକୁ ଘର ଯାଇ ନାଗରୀକଙ୍କୁ ଫର୍ମ ଦେବେ।ପରିଗଣନା ଫର୍ମରେ ଭୋଟର ନିର୍ଭୁଲ ତଥ୍ୟ ଦେଇ ଫର୍ମ ପୁରଣ କରିବେ।ପରେ ବିଏଲଓ ପୁଣି ଘରକୁ ଯାଇ ଦେଇଥିବା ଫର୍ମ ସଂଗ୍ରହ କରିବେ। କୌଣସି ନାଗରୀକ ଘରେ ନଥିଲେ ବିଏଲଓ ମାନେ ତିନି ଥର ସେମାନଙ୍କ ଘରକୁ ଯାଇ ପରିଗଣନା କରିବେ ବୋଲି ନିର୍ଦ୍ଦେଶ ରହିଛି।ଏହି ଅବସରରେ ଆଜି ଜି.ଉଦୟଗିରି ବ୍ଳକର ୫୧ ରୁ ୯୧ ବୁଥର ଘରକୁ ଘର ବିଏଲଓ ମାନେ ଯାଇ ପରିଗଣନା ଫର୍ମ ନାଗରୀକ ମାନଙ୍କୁ ଦେଇଛନ୍ତି।ଆଜିର କାର୍ଯ୍ୟକ୍ରମରେ ବିଏଲଓ ସୁପରଭାଇଜର ଶାନ୍ତନୁ କୁମାର ପ୍ରଧାନ,ରଞ୍ଜିତ କୁମାର ପାଢୀ, ରଞ୍ଜିତ କୁମାର ପ୍ରଧାନ,ନରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ବିଏଲଓ ପବିତ୍ର ମୋହନ ଜେନା, ବିପିନ ସାହୁ,ଚିତରଞନ ମଲ୍ଲିକ, ସାନ୍ତାରାଣୀ ପ୍ରଧାନ ପ୍ରମୁଖ ସାମିଲ ଥିବା ଜଣାପଡିଛି।ଏହି କାର୍ଯ୍ୟକ୍ରମ ଚଳିତ ମାସ ୩୦ ତାରିଖ ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଜୁଲାଇ ୫ ତାରିଖରେ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ।ଯଦି କୌଣସି ଯୋଗ୍ୟ ଭୋଟର ସେଥିରେ ନାହାନ୍ତି ବା ଅନ୍ୟ କିଛି ତୃଟି ଥିବ ତେବେ ଅଗଷ୍ଟ ୪ ତାରିଖ ମଧ୍ୟରେ ସେମାନେ ଅଭିଯୋଗ କରିପାରିବେ ବୋଲି ଜଣାପଡିଛି।ସ୍ବଛ ନିର୍ଭୁଲ ଭୋଟର ତିଲିକା ପ୍ରକାଶ ସହ ଯେପରି ଯୋଗ୍ୟ ଭୋଟର ତାଲିକାରୁ ବାଦ ନ ପଡିବେ ତାହା ଉପରେ ଗୁରୁତ୍ବ ଦିଆଯାଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *