
ଜି.ଉଦୟଗିରି,୦୧/୦୬(ନୀଳମାଧଵ ପ୍ରଧାନ )ଜି.ଉଦୟଗିରି ବ୍ଲକ
ଅଧିନସ୍ଥ କଳିଙ୍ଗା ପଞ୍ଚାୟତର ଡ଼ି.ଏ.ଭି.ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଜଣେ ଯୁବକର ମୃତ ଦେହ ଆମ୍ବ ଗଛ ରେ ଝୁଲିଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଉଥିବା ବେଳେ ଲୋକମାନେ ଦେଖି ଜି.ଉଦୟଗିରି ପୋଲିସ କୁ ଖବର ଦେଇଥିଲେ Iଖବରପାଇ ଜି.ଉଦୟଗିରି ପୋଲିସ ଅଧିକାରୀ ବିଜୟ କୁମାର ସ୍ୱାଇଁ,ଏସ.ଆଇ ରବି ସେଠୀ, ଏସ.ଆଇ ବୁଲୁ ବେହେରା,ଏସ.ଆଇ.ବିଷ୍ଣୁଚରଣ ସେଠୀ, ଯୁବରାଜ ସାହାଣୀ ଏବଂ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଥିବାଦେଖିବାକୁ ମିଳିଛି I ସୂଚନା ପ୍ରକାରେ ମୃତ ଯୁବକ ଜଣକ ହେଲେ ଲିଙ୍ଗାଗଡ଼ ଗ୍ରାମର କ୍ଳେମନ୍ତ ପ୍ରଧାନ (ଚିକୁ) ୨୬ ବର୍ଷ I ସେ ପେସାରେ ଜଣେ ଡ୍ରାଇଭର I ଏହା ହତ୍ୟା ନା ଆତ୍ମହତ୍ୟା ଥାନା କେସ ନମ୍ବର ୫ ରେ ଅପମୃତ୍ୟ ମକଦମା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ତଦନ୍ତ ଅଧିକାରୀ ଏ ଏସ ଆଇ ବୁଲୁ ବେହେରା ସୂଚନା ଦେଇଛନ୍ତି l
