୫ କୋଟି ଟଙ୍କାରେ ଟାଉନ୍ ହଲ୍ ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷଣ ।

ବୁଗୁଡା,୦୪/୦୬ (ଶିବରାମ ଚୌଧୁରୀ)ବୁଗୁଡ଼ାରେ ପାଞ୍ଚ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଟାଉନ୍ ହଲ୍ ନିର୍ମାଣ ନିମନ୍ତେ ଏନ୍ଏସି ଅନ୍ତର୍ଗତ କାଞ୍ଜିଆପଲ୍ଲୀ ପାର୍କ ରାସ୍ତା ଏବଂ ମୋଟାବାଡି ରାସ୍ତା କଡରେ ତହସିଲଦାରଙ୍କ ଦ୍ବାରା ୩୭୦ ଡେସିମିଲ ସରକାରୀ ଜାଗା ଚିହ୍ନଟ ପରେ ଆଜି ସେହି ସ୍ଥାନର ମୃତ୍ତିକା ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ମୃତ୍ତିକା ପରୀକ୍ଷଣ ସଂସ୍ଥା ପକ୍ଷରୁ ମନୋଜ କୁମାର ପଟ୍ଟନାୟକ, ଡିଜାଇନ୍ ଏଜେନ୍ସି ପକ୍ଷରୁ ଆର୍କଟିକର ସାଇରାମ ଗୌଡ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ଏମଇ ରାଜୀବ କୁମାର ପ୍ରଧାନ, ଜେଇ ଚିତ୍ରସେନ ରେଡି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *