
ଜି.ଉଦୟଗିରି୦୫/୦୬(ନୀଳମାଧବ ପ୍ରଧାନ ) । ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅକାଳ ବିୟୋଗ ଘଟିଛି। ସେ କଳିଙ୍ଗ ମହାବିଦ୍ୟାଳୟରେ ଦୀର୍ଘ ୩୮ ବର୍ଷ ଗଣିତ ବିଭାଗର ଅଧ୍ୟାପକ ଓ ଅଧ୍ୟକ୍ଷ ଭାବରେ କାର୍ଯ୍ୟକରି ଗତ ବର୍ଷ ଜୁନ୍ ମାସରେ ଅବସର ଗ୍ରହଣ କରିଥିଲେ। ଜଣେ ଛାତ୍ର ବତ୍ସଳ, କର୍ତ୍ତବ୍ୟପରାୟଣ, ମିଷ୍ଟଭାଷୀ ଅଧ୍ୟାପକ ଭାବରେ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ନିକଟରେ ପରିଚିତ ଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ଛାତ୍ରଛାତ୍ରୀ ଏବଂ ସହକର୍ମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମେହେରଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ତପନ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଆୟୋଜନ କରାଯାଇଥିଲା।
