
ଭଞ୍ଜନଗର :: ୦୫/୦୬ ( ପି. କେଦାରନାଥ ପାତ୍ର ) ଟାଟାପାୱାର ରେ କାର୍ଯ୍ୟରତ ଜଣେ ଆଉଟସୋ୍ରିଙ୍ଗ କର୍ମଚାରୀ ବିଦୂତ ଖୁଣ୍ଟରେ କାମ କରୁଥିବା ବେଳେ ଅଂଶୁଘାତରେ ହଟାତ ଦେହାନ୍ତ ହୋଇଯାଇଛି। ସୂଚନା ପ୍ରକାରେ ଭଞ୍ଜନଗର ଲାଲସିଙ୍ଗି ବିଛୁଆତି ଗ୍ରାମର ପୁରୁଷତ୍ତମ ଜେନାଙ୍କ ପୁଅ ଦୁର୍ଗାମାଧବ ଜେନା ଭଞ୍ଜନଗର ଟାଟା ପାୱାରରେ ଜଣେ ଆଉଟ ସୋ୍ରିଙ୍ଗ କର୍ମଚାରୀ ଭାବେ କାମ କରୁଥିଲେ ଶୁକ୍ରବାର ଦିନ ସାର୍ଦୁଳ ନିକଟସ୍ଥ ଏକ ବିଦୂତ ଖୁଣ୍ଟରେ କାମ କରୁଥିବା ସମୟରେ ହଟାତ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରୁ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ମେଡିକାଲ କୁ ଆଣିଥିଲେ ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କାରିଛନ୍ତି। ବିଦୁବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ମେଡିକାଲରେ ଉପସ୍ଥିତ ରହି ମୃତକ ଙ୍କ ପରିବାର କୁ ସମବେଦନା ଜାଣିଥିଲେ। ଖରା ଦିନେ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି କର୍ମଚାରୀ ଙ୍କୁ ବାହାରେ କାମକରିବା ମନା ତଥାପି କିଭଳି ଦୁର୍ଗାମାଧବ ଙ୍କୁ ଏହି ଅସହ୍ୟ ଖରାରେ କାମ କରାଯାଉଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିସହ ଅନ୍ୟାନ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।
