ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳପରିଷଦର ଜରୁରୀକାଳୀନ ବୈଠକ ।

ବେଲଗୁଣ୍ଠା ୦୫/୦୬ ନାରାୟଣ ପଣ୍ଡା ଗୁରୁବାର ଅପରାହ୍ନ ୪ ଘଣ୍ଟ ସମୟରେ ବେଲଗୁଣ୍ଠା ବିଜ୍ଞାପିତ ପରିଷଦ ର ଏକ ଜରୁରୀ ବୈଠକ ନଗରପାଳ ଫିରୋଜ କୁମାର ସେଠୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ ୨୦୨୬, ଆର୍ଥିକବର୍ଷ ୨୦୨୬-୨୭ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଓ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଦି ସମ୍ବନ୍ଧୀୟ ନିଷ୍ପତି ନିମନ୍ତେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳପରିଷଦର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ୪୨ ଜଣ ହିତାଧିକାରିଙ୍କୁ ଭତ୍ତା ବାଣ୍ଟିବା ସହ ୮ ଜଣ ସଫେଇ କର୍ମଚାରୀଙ୍କୁ ସୁରକ୍ଷା କୀଟ୍ ପ୍ରଦାନ କରିଥିଲେ l ଏଥିରେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସାଂସଦ ପ୍ରତିନିଧି ନାରାୟଣ ସାହୁ ଉକ୍ତ ବୈଠକରେ ଯୋଗଦାନ କରିଥିଲେ ପରିଷଦର ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ସମେତ କାଉନସିଲାର ଏସ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ଲିଜା ବେହେରା , ପ୍ରିୟମ୍ବଦା ସାମଲ , କାଁହୁଚରଣ ସାହୁ , ପ୍ରଦୀପ କୁମାର ସେଠି , ପ୍ରଗତି ପାତ୍ର, , କେ . ସୁଜ୍ୟୋତି ସୁବୁଦ୍ଧି, ବିଶ୍ୱନାଥ ଦଳେଇ , ପ୍ରତିମା ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ମୁଖ୍ୟତଃ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିବା ସଂଗେ ସଂଗେ ଜ୍ଞାନଦେବୀ ଉଦ୍ୟାନର ଉନ୍ନତିକରଣ , ସରକାରୀ ବସଷ୍ଟାଣ୍ଡ ନିମନ୍ତେ ଭୂମି ହସ୍ତାନ୍ତର , ଇ- ପାଠାଗାର ନିର୍ମାଣ ଓ ସ୍ୱାଗତ ଦ୍ୱାର ନିର୍ମାଣ ଆଦି ପ୍ରସଙ୍ଗରେ ନିଷ୍ପତି ଗ୍ରହଣ କରା ଯାଇଥିଲା I ପରିଶେଷରେ କର୍ମଚାରୀ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

Leave a Reply

Your email address will not be published. Required fields are marked *