
ଜି ଉଦୟଗିରି ୦୮/ ୦୬(ନୀଳମାଧଵ ପ୍ରଧାନ)ଦୀର୍ଘ ବର୍ଷ ର ଦାବୀ ପରେ ବହୁ ପୁରାତନ ପଦାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଚେରୀ ନିର୍ମାଣ ହେବାକୁ ଯାଉଛି। ଦୀର୍ଘ ବର୍ଷ ହେଲା ସ୍କୁଲ ରେ ପାଚେରୀ ନ ଥିବା ଫଳରେ ରେ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ। ମୁଖ୍ୟ ରାସ୍ତା କଡରେ ଏହି ବିଦ୍ୟାଳୟ ଥିବା ଫଳରେ ପାଚେରୀ ନଥିବାରୁ କାରଣ ରୁ ନାନା ଆଶଙ୍କା ରେ ପିଲା ମାନଙ୍କୁ ସ୍କୁଲ ଛାଡୁଥିଲେ ଅଭିଭାବକ। ଏହି ସମସ୍ୟା କୁ ନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଏବେ ଏହି ପାଚେରୀ ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀ ପହଂଚି ଥିବା ବେଳେ ଆରମ୍ଭ ହେଵ ନିର୍ମାଣ କାର୍ଯ୍ୟ। ଯାହା ଦ୍ୱାରା ଶତାଧିକ ଛାତ୍ର ଛାତ୍ରୀ ଉପକୃତ ହେବେ।
