ଜି ଉଦୟଗିରି ପ୍ରତାପରୁଦ୍ର ଙ୍କୁ ନାଟ୍ୟଶାସ୍ତ୍ର ପୁରସ୍କାର ।

ଜି ଉଦୟଗିରି ୧୧/ ୦୬(ନୀଳମାଧବ ପ୍ରଧାନ )
ଜି ଉଦୟଗିରିର ପ୍ରତାପ ରୁଦ୍ର ପାତ୍ର ଙ୍କୁ ମିଳିଛି ନାଟ୍ୟଶାସ୍ତ୍ର ପୁରସ୍କାର ସମ୍ମାନ। ଭୁବନେଶ୍ୱର ଜୟଦେବ ଭବନ ଠାରେ ସର୍ବ ଭାରତୀୟ କଳା ଏବଂ ସଂସ୍କୃତି କମିଟି ଏବଂ ସାଂସ୍କୃତିକ ଉର୍ନୟନ ଫାଉଣ୍ଡେସନ ର ମିଳିତ ପ୍ରଚେଷ୍ଟା ରେ ଆୟୋଜିତ ଏହି ସଂମ୍ମାନ ସମାରୋହ ରେ ଆଜି ଶ୍ରୀ ପାତ୍ର ଙ୍କୁ ମାନପତ୍ର, ଉପଢୌକନ ସହିତ ଟ୍ରଫି ଦେଇ ସଂମ୍ମାନିତ କରାଯାଇଛି। ସର୍ବଭାରତୀୟ କଳା ଏବଂ ସଂସ୍କୃତି କମିଟି ସଭାପତି ମନୋଜ ପଣ୍ଡା, ସମ୍ପାଦକ ଉପେନ୍ଦ୍ର ଶର୍ମା, ଯାତ୍ରା ଜଗତର ବରିଷ୍ଠ କଳାକାର ବାପି ପଣ୍ଡା ଙ୍କ ସହିତ କଳା ସଂସ୍କୃତି ସଚିବ ପ୍ରମୁଖ ମଂଚାସୀନ ରହିଥିଲେ। ସମ୍ମାନିତ ହୋଇଥିବା ଶ୍ରୀପାତ୍ର କଳାକାର ଭାବେ ବେଶ ଜଣାଶୁଣା ଥିବା ବେଳେ ବିଭିନ୍ନ ସଚେତନତା ଟେଲି ଫିଲ୍ମ କରି ବିଭିନ୍ନ ସଂମ୍ମାନ ରେ ସଂମ୍ମାନିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *