ଜି ଉଦୟଗିରିରେ ରଜ ଉତ୍ସବ ପାଳିତ ।

ଜି ଉଦୟଗିରି୧୬/୦୬ (ନୀଳମାଧବ ପ୍ରଧାନ ) ଆମ ଓଡ଼ିଆ ସଂକୃତି ର ଅନନ୍ୟ ପ୍ରତୀକ ରଜପର୍ବ ସାରା ଓଡିଶା ରେ ପାଳନ କରାଯାଉଥିବା ବେଳେ ଜି ଉଦୟଗିରି ରେ ମଧ୍ୟ୍ୟ ଆଜି ପହିଲି ରଜ ପାଳନ କରାଯାଇଛି।ଗ୍ରାମ ରୁ ସହର ସବୁଠି ଦୋଳି ଲାଗିଥିବା ବେଳେ ଶୁଭୁଛି “ବନସ୍ତେ ଡାକିଲା ଗଜ, ମୋ ଭାଇ ମୁଣ୍ଡରେ ସୁନା ମକୂଟ ଲୋ ” ସେଇ ରଜ ଗୀତ ଶୁଣିବାକୁ ମିଳିଛି । ଯୁବତୀ ମାନେ ନୂଆ ପୋଷାକ ପରିଧାନ କରିବା ସହିତ ସଜବାଜ ହୋଇ ରଜ ପାଇଁ ସ୍ୱତନ୍ତ୍ର ପ୍ରତିଯୋଗୀତା ରେ ଭାଗ ନେଇଥାନ୍ତି। ରଜ ପାଇଁ ବିଭିନ୍ନ ସଙ୍ଘଠନ ତରଫରୁ ସଂ।କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ପୀଠା ପଣା ଆୟୋଜନ କରାଯାଇଛି। ରଜ ରେ ପାନ ଖାଇବା ସ୍ୱତନ୍ତ୍ରତା ରହିଥିବା ବେଳେ ଏହା କୁ ଦୃଷ୍ଟି ରେ ରଖି ବଜାରରେ ସ୍ୱତନ୍ତ୍ର ରଜ ପାନ ମିଳୁଥିବା ଦେଖିବାକୁ ମିଳିଛି। ରଜରେ ଦୋଳି ଘରେ ଘରେ ପଡ଼ିଥିବା ବେଳେ ସାମୁହିକ ଦୋଳି ମାନଙ୍କ ରେ ଅଧିକ ଭିଡ଼ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *