
ଭଞ୍ଜନଗର ::୧୬/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ରଜର ତୃତୀୟ ଦିବସ ପାଳନ ଅବସରରେ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ପକ୍ଷରୁ କେବିରୀ ବ୍ରହ୍ମପୁର ନିକଟ ମା ବାସଙ୍ଗ ଦେବୀ ପୀଠ ଠାରେ କୁନି ପିଲାଙ୍କୁ ନେଇ ରଜ ମଉଜ ପାଳନ କରାଯାଇଛି। ଏଥିରେ ପିଲା ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ,ନୃତ୍ୟ,ମ୍ୟୁଜିକ ଚେୟାର ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ଦୋଳିରେ ସମସ୍ତେ ଝୁଲିବା ସହ ରଜ ପାନର ମଜା ନେଇଥିଲେ। ଏଥିରେ ଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର,ରୋଟାରୀ କ୍ଳବ ସଭାପତି ରଞ୍ଜିତ କୁମାର ବାରିକ,ଶିକ୍ଷୟତ୍ରୀ ଦୀପ୍ତାଂଶୁ ପ୍ରଭାଦେବୀ,ଶୂଳପାଣୀ ଶତପଥୀ,ସ୍ନେହଲତା ପାଣିଗ୍ରାହୀ,ସୀମାଞ୍ଚଳ ପଟ୍ଟନାୟକ,ସୁକାନ୍ତ ଦିଗାଲ,ପବିତ୍ର ମୋହନ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ପୁରସ୍କୃତ କରିବା ସହ ପୋଡ ପିଠା ଓ ଚକଲେଟ ପ୍ରଦାନ କରିଥିଲେ। ଏଥିରେ ଅରକ୍ଷିତ ପରିଚ୍ଛା,ପ୍ରଦିପ କୁମାର ଜେନା,ଲିଙ୍ଗରାଜ ନାୟକ,ପ୍ରମୋଦ କୁମାର ପ୍ରଧାନ,ପଞ୍ଚାନନ ପ୍ରଧାନ,ସୁଧୀର ଗୌଡ,ସିଏଚ୍ ଭାର୍ଗବ ପାତ୍ର,ଶାନ୍ତୁନ କୁମାର ଭୂୟାଁ,ପ୍ରଶାନ୍ତ କୁମାର ରାଉତ,ଶିବରାମ ପ୍ରଧାନ,ଝୁନା ନାୟକ,ଅମିତ ଚୌଧୁରୀ,ବୁଲୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।
