

ଭଞ୍ଜନଗର,୧୬/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )
ଧରାକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା , ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆରକ୍ଷୀ ଅଧୀକ୍ଷକ
ହରିଶ ବି.ସି, ମୋଟ ୧୪୪ଟି ଅଭିଯୋଗର ଶୁଣାଣୀ କରିଥିଲେ ।
୨୨ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା ବେଳେ ଅନ୍ଯ ଅଭିଯୋଗର ତ୍ବରିତ୍ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ରେଡକ୍ରସ୍ ପାଣ୍ଠିରୁ ୪ଜଣ ବ୍ଯକ୍ତି ଙ୍କୁ ଆର୍ଥିକ ସହାୟତା ୩୦,୦୦୦ ଟଙ୍କା, ୩ ଜଣ ଦିବ୍ୟାଙ୍ଗ ଙ୍କୁ ତିନି ଚକିଆ ସାଇକେଲ , ନୂତନ ବାର୍ଦ୍ଧକ୍ୟ ପେନସନ ୧୦ ଜଣଙ୍କୁ ଓ ନୂତନ ରାସନ କାର୍ଡ ୧୧ ଜଣଙ୍କୁ
ଯୋଗାଇ ଦିଆଯାଇଥିଲା , ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ ।
ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଭାରପ୍ରାପ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ
ତୃପ୍ତି ମୟୀ ଜେନା , ତହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡି , ସମସ୍ତ ପ୍ରଶାସନ ତଥା ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଧରାକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ।
