ଜି ଉଦୟଗିରିରେ ଶୀତଳ ଷଷ୍ଠୀ ଯାତ୍ରା ।ସରିଲା ଗୁଆ ଅନୁକୂଳ ବିବାହ ଉତ୍ସବ।

ଜି ଉଦୟଗିରି ୧୯/ ୦୬( ନୀଳମାଧବ ପ୍ରଧାନ)
ଜି ଉଦୟଗିରି ରେ ଶୀତଲସଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବୁଧବାର ଦିନ ରୀତିନୀତି ରେ ଗୁଆ ଅନୁକୂଳ ହୋଇଛି। ଆଜି ଦେବ ଦମ୍ପତି ଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ବାଜା ବାଣ ରେ ସହର ପ୍ରକମ୍ପିତ ହୋଇଥିବା ବେଳେ ଯଥା ରୀତିନୀତି ରେ ମହା ଆଡ଼ମ୍ବର ରେ ହୋଇଛି ବିବାହ ସମ୍ପର୍ଣ୍ଣ। ଶୁକ୍ରବାର ଏବଂ ଶନିବାର ଦିନ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଥିବା ବେଳେ ରବିବାର ଦିନ ସଂକୃତିକ କାର୍ଯ୍ୟକ୍ରମ” ମଣିଷ ଖୋଜୁଛି ଜରାନିବାସ ” ନାଟକ ମଞ୍ଚସ୍ଥ ହେବା ପାଇଁ ସ୍ଥିର ହୋଇଛି। ବିବାହ ଉତ୍ସବ ରେ ଆନନ୍ଦେଶ୍ୱର ଙ୍କ ବର ପିତା ଭାବେ ଦଣ୍ଡପାଣି ପାଢ଼ୀ, କନ୍ୟା ପିତା ଭାବେ ଉମା ଶଙ୍କର ସାମନ୍ତରାୟ ଭାବେ ଦାଇତ୍ୱ ସମ୍ପୂର୍ଣ କରିଥିବା ବେଳେ ଧବଳେଶ୍ୱର ଙ୍କ ବର ପିତା ଭାବେ ପ୍ରତାପ ପଣ୍ଡା, କନ୍ୟା ପିତା ଭାବେ ସୁବାସ ଦାଶ ଭାବେ ବିବାହ ସମ୍ପୂର୍ଣ କରିଥିଲେ। ପରିଚାଳନା କମିଟି ତରଫରୁ ସଭାପତି ଜିତେନ୍ଦ୍ର କୁମାର ଦାଶ, ଉପ ସଭାପତି ନୀଳମାଧଵ ମହାପାତ୍ର, ସମ୍ପାଦକ ମଳୟ କୁମାର ମହାନ୍ତି, ସହ ସମ୍ପାଦକ ସୁରଜ କୁମାର ମାଝୀ କୋଷାଧକ୍ଷ ଶେଖର ପରିଛା ଙ୍କ ସହିତ ଶରଣ ପଞ୍ଜର ମାଝୀ, ସନ୍ତୋଷ ମୁନି, ଲାଲୁ ପରିଛା, ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ, ତ୍ରିନାଥ ରଣା, ବିଜୟ ରଣା,ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *