
ମାଲକାନଗିରି ୨୨/୦୬ (ହିମାଂଶୁ ଶେଖର ସ୍ବାଇଁ) ଖଇରପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ, କେନ୍ଦ୍ର ସରକାରଙ୍କ ବାର ବର୍ଷ ଓ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଅବସରରେ “ବିକାଶର ଧାରା ଓଡ଼ିଶା ସାରା” ନାମକ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗର ସରକାରୀ ଯୋଜନାରେ ଲାଭାର୍ଥି ମାନଙ୍କୁ ସରକାରୀ ଯୋଜନା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ପିତା ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ତ୍ତିକ ନାୟକ, ଖଇରପୁଟ ସରପଞ୍ଚ ଦୈମତି ଗୋଲପେଦା, ଏଇ ଦୁଷ୍ମନ୍ତ ବେହେରା, ବିଜେପି ଖଇରପୁଟ ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ବେହେରା, ପୂର୍ବତନ ମଣ୍ଡଳ ସଭାପତି ବିଦ୍ୟାଧର ସାହାଣୀ, ସମାଜସେବୀ ଟଙ୍କଧର ହନ୍ତାଳ, ଖଇରପୁଟ ସିଡିପିଓ , ଖଇରପୁଟ ଲେବର ଅଫିସର୍ ବିନି ମୁଦୁଲି, ପଶୁ ବିଭାଗ କର୍ମଚାରୀ, ତହସିଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥି ମାନେ ପଟ୍ଟା ବଣ୍ଟନ, ଭତ୍ତା ବଣ୍ଟନ, ଅନ୍ତର୍ଦୟ ଆବାସ ଯୋଜନା ଗୃହ ବଣ୍ଟନ, ଅଗନଵାଡ଼ି କର୍ମୀ ମାନଙ୍କୁ ମୋବାଇଲ ବଣ୍ଟନ , ମାଛ ଚାଷ ନିମନ୍ତେ ହିତାଧିକାରୀ ମାନଙ୍କୁ ସହାୟତା ରାଶି ବଣ୍ଟନ ଭଳି ସରକାରଙ୍କ ଅନ୍ୟ ଯୋଜନା ରେ ଲାଭାର୍ଥି ମାନଙ୍କୁ ଅତିଥି ମାନେ ବଣ୍ଟନ କରିଥିଲେ।ଶେଷରେ ଅତିଥି ମାନେ ମଞ୍ଚ ନିକଟରେ ଲାଗିଥିବା ବିଭିନ୍ନ ଷ୍ଟଲ ପ୍ରଦର୍ଶନ ଗୁଡ଼ିକ ବୁଲି ଦେଖିଥିଲେ। ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ର ମଞ୍ଚ ସ°ଚାଳନ ଓଡ଼ିଶା ଜିବିକା ମିଶନ ର ବିପିଏମ୍ ଚିନ୍ମୟ କୁମାର ସିଂ କରିଥିବା ବେଳେ ଜିପିଓ ଓ ବ୍ଲକର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
