ସୁଜେଲି ଗ୍ରାମରେ ପାଞ୍ଚ ଦିନ ହେଲା ଲୋ ଭୋଲଟେଜ ସମସ୍ୟା ଖବର ପ୍ରସାରଣ ପରେ ପଡିଲା ପ୍ରଭାବ ।

ଜି.ଉଦୟଗିରି,(ନୀଳମାଧଵ ପ୍ରଧାନ )କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ର ସୁଜେଲି ଗ୍ରାମରେ ଗତ ୫ ଦିନ ଧରି ଲୋ-ଭୋଲ୍ଟେଜ ସମସ୍ୟା ଲାଗି ରହିଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ଗଣମାଧ୍ଯମ ରେ ଦୁଇ ଦିନ ତଳେ ପ୍ରକାଶ ପାଇଥିଲା। ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି। ଆଜି ସମସ୍ୟା ସମାଧାନ ପୂର୍ବକ ନୂଆ ଟ୍ରାନ୍ସଫର ଲଗାଯାଇଛି।ଗ୍ରାମରେ ୧୦୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ବିଦ୍ୟୁତ ଜନିତ ସମସ୍ୟା ଯୋଗୁଁ ପ୍ରଭାବିତ ହୋଇ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିଲେ ।ସୁଜେଲି ରେ ବିଦ୍ୟୁତ ଭୋଲଟେଜ ଏତେ କମ ରହୁଛି ଯେ ଘରୋଇ ବିଦ୍ୟୁତ ଉପକରଣ ସଠିକ୍ ଭାବେ କାର୍ଯ୍ୟ କରୁନଥିଲା।ପଙ୍ଖା ବୁଲୁନଥିଲା ,ପାଣିପମ୍ପ ଚାଲୁ ନଥିବା ବେଳେ ଦୈନନ୍ଦିନ ଜୀବନ ଉପରେ ବାଧାପ୍ରାପ୍ତ ହେଉଥିଲା ।ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମରେ ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ଦାବି କରିଛନ୍ତି । ଯଦି ବିଦ୍ୟୁତ ବିଭାଗ ତୁରନ୍ତ ଏହି ସମସ୍ୟାର ସମାଧାନ ନ କରେ, ତେବେ ଆଗାମୀ ଦିନରେ ସୁଜେଲି ବାସୀଙ୍କ ଦ୍ୱାରା ଏକ ଗଣ- ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଏବେ ସମସ୍ୟା ସମାଧାନ ହୋଇଛି।

Leave a Reply

Your email address will not be published. Required fields are marked *