ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ।

ବେଲଗୁଣ୍ଠା,୨୬/୦୬ ନାରାୟଣ ପଣ୍ଡା ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶକ୍ତିଶ୍ରୀ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶକ୍ତିଶ୍ରୀ ସଂଯୋଜିକା ପିଙ୍କି ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଇତିହାସ ବିଭାଗୀୟ ମୁଖ୍ୟ ଅଶୋକ କୁମାର ସ୍ବାଇଁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼ ପ୍ରଫୁଲ୍ଲ କୁମାର ଜେନା,ସପନ କୁମାର ପ୍ରଧାନ,ଲକ୍ଷ୍ମୀ ଗୌଡ଼ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଶକ୍ତିଶ୍ରୀ ସାଥୀ ଭାବେ ଅଞ୍ଜଳି ତ୍ରିପାଠୀ,ମନିଷା ସାହୁ,ବନିତା ଗୌଡ଼, ଅଭିଲିପ୍ସା ଦାସ ଏବଂ ଜ୍ୟୋତି ବିଷୋୟୀ ମନୋନୀତ ହୋଇଥିଲେ। ଅଧ୍ୟାପିକା ପିଙ୍କି ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *