
ଜି ଉଦୟଗିରି ୦୧/୦୭(ନୀଳମାଧବ ପ୍ରଧାନ )ବିଳମ୍ବରେ ହେଲେ ମଧ୍ୟ ଶେଷରେ ଜି ଉଦୟଗିରି ଦେଇ ଚାଲିଛି ଧର୍ମଗଡ଼- ପୁରୀ ଭାଲଭୋ ବସ୍.। ଜଗନ୍ନାଥ ଦର୍ଶନ ପାଇଁ ଜି ଉଦୟଗିରି ରୁ ପୁରୀ ସିଧାସଳଖ କୌଣସି ବସ୍ ନ ଥିବା ବେଳେ ବହୁଦିନ ହେଲା ଏହି ଭାଲଭୋ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲା.। ପୂର୍ବରୁ ଜି ଉଦୟଗିରି ଦେଇ ରାଇଘର – ପୁରୀ ଭାଲଭୋ ବସ୍ ଚଳାଚଳ କରୁଥିବା ବେଳେ କଳିଙ୍ଗ ଘାଟି ଭୁ ସ୍ଖଳନ ପରେ ବନ୍ଦ ହୋଇ ଯାଇଥିଲା। ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ବେଳେ ମହିଳା ମାନେ ସହଜ ରେ ସୁଲଭ ଦର ରେ ପୁରୀ ଯାତାୟାତ କରି ପାରୁ ନଥିଲେ।ଏଥି ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ଅଂଚଳବାସୀ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଡିଥିଲା। ଶେଷରେ ଅଞ୍ଚଳବାସି ଙ୍କ ଦାବି ପୂରଣ ହୋଇଛି। ଧର୍ମଗଡ଼- ପୁରୀ ଭଲଭୋ ଜି ଉଦୟଗିରି ଦେଇ ଚାଲିଥିବା ବେଳେ ଅଂଚଳବାସି ଖୁସି ବ୍ୟକ୍ତ କରିଛନ୍ତି। ଧର୍ମଗଡ଼ ରୁ ଏହି ବସ୍ ସାନ୍ଧ୍ୟ ୭. ୩୦ ରୁ ବାହାରି ଜି ଉଦୟଗିରିରେ ରାତ୍ର ୧୧. ୫୭ ରେ ପହଞ୍ଚୁ ଥିବା ବେଳେ ପୁରୀ ରେ ସକାଳ ୫. ୫୦ ରେ ପହଁଚୁଛି। ସେହି ଭଳି ପୁରୀ ରାତି ୮ ଟା ରେ ବାହାରି ଭୁବନେଶ୍ୱର ରେ ରାତି ୯. ୪୫ ରେ ପହଞ୍ଚୁଥିବା ବେଳେ ଜି ଉଦୟଗିରି ୧. ୫୭ ରେ ପହଂଚିବ। ଯାହା ରାଇକିଆ, ଜି ଉଦୟଗିରି, କଳିଙ୍ଗା ଅଞ୍ଚଳ ବାସି ଙ୍କ ପାଇଁ ସୁବିଧା ଜନକ ହୋଇଥିବା ବେଳେ ସିଧାସଳଖ, ଆରାମ ଦାୟକ, ଏବଂ ସୁଲଭ ଦର ରେ ଅଞ୍ଚଳବାସୀ ଜଗା ଦର୍ଶନ କରିବା ସହିତ ଉପକୃତ ହୋଇ ପାରିବେ।
