ଦନ୍ତା ଆକ୍ରମଣ ରେ ଯୁବକ ମୃତ, ବର୍ଷକ ମଧ୍ୟରେ ମୃତ୍ୟୁ ସଂଖ୍ୟା ୬, ଭୟଭୀତ ଅଞ୍ଚଳ ବାସୀ ।

ଜି ଉଦୟଗିରି ୨୯/୦୭(ନୀଳମାଧଵ ପ୍ରଧାନ )ଗୋଠ ଛଡା ରକ୍ତମୁଖା ଦନ୍ତା ମଙ୍ଗଳବାର ବିଳମ୍ବିତ ରାତ୍ରରେ ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ପାବୁରିଆ ସେକ୍ସନ ର ଡ଼ଙ୍ଗାଏଜୁ ଗ୍ରାମର ପ୍ରଦୀପ ପ୍ରଧାନ ୪୦ କୁ ଦଳି ମାରିଥିବା ଜଣାପଡ଼ିଛି l ବିବରଣୀରୁପ୍ରକାଶ ଯେ ବିଗତ ଜୁଲାଇ ୨୦୨୫ରେ ଜି ଉଦୟଗିରି ସେକ୍ସନ ଅନ୍ତର୍ଗତ ପାଜିମାହା ଜଙ୍ଗଲ ରୁ ଫେରୁଥିବା ସମୟରେ ସାମନ୍ତ ଦିଗାଲ ୫୨ଙ୍କୁ ଦନ୍ତା ଦଳି ମାରିଥିବା ବେଳେ ତାର ତିନି ଦିନ ବ୍ୟବଧାନ ରେ ପାବୁରିଆ ସେକ୍ସନ ର ଡାମ୍ବା ଅଞ୍ଚଳ ର ଜଣେ ବୃଦ୍ଧ ଙ୍କୁ ଦଳି ମାରିଥିବା ବେଳେ ପୁଣି କିଛି ଦିନ ବ୍ୟବଧାନ ରେ ପାବୁରିଆ ସେକ୍ସନ ରେ ଗୋଟିଏ ଦିନରେ ୩ ଜଣଙ୍କୁ ଦନ୍ତା ଆକ୍ରମଣ ରେ ପ୍ରାଣ ହାନି ଘଟିଥିବା ବେଳେ ଆଜି ପୁଣି ପାବୁରିଆ ସେକ୍ସନ ର ଡ଼ଙ୍ଗାଏଜୁ ଗ୍ରାମର ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ବଗିଚାରୁ ଫେରୁଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ ଫଳରେ ଦନ୍ତା ତାକୁ ଦଳି ମାରିଦେଇଥିଲା l ଖବର ପାଇ ଜି ଉଦୟଗିରି ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ, ବନପାଳ ଶ୍ରୀଧର ସାହୁ, ମନୋଜ କୁମାର ଝା ବନରଖି ପାର୍ବତୀ ମାଝୀ ଓ ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ l ପ୍ରକାଶ ଥାଉକି ଏକବର୍ଷ ମଧ୍ୟରେ ୬ଜଣଙ୍କ ପ୍ରଣାହାନି ଘଟିଥିବା ବେଳେ ବହୁ ଗୃହ ପାଳିତ ପଶୁ ସାଙ୍ଗକୁ ବହୁ ଫସଲ ଓ କିଛି ଘର ଭାଙ୍ଗିଥିବା ନଜିର ରହିଛି l ଏଥି ପାଇଁ ବନ ବିଭାଗ ନିୟମିତ ପେଟ୍ରୋଲିଙ୍ଗ ପାଇଁ ସାଧାରଣରେ ଦାବୀ ହେଉଛି

Leave a Reply

Your email address will not be published. Required fields are marked *