
ଜି.ଉଦୟଗିରି(ନୀଳମାଧଵ ପ୍ରଧାନ )୨୨/୦୮କନ୍ଧମାଳ ଜିଲ୍ଲାରେ କାମଧନ୍ଦା ଅଭାବରୁ ଦାଦନ ଖଟିବାକୁ ବହୁ ଲୋକେ କେରଳ,ତାମିଲନାଡୁ ଆଦି ଅଞ୍ଚଳକୁ ଯାଉଥିବା ଜଣାପଡିଛି।ଦିନକୁ ଦିନ ଏପଟେ ଦାଦନ ସଂଖ୍ୟା ବଢୁଥିବା ବେଳେ ସେପଟେ ଦାଦନମୁକ୍ତ କନ୍ଧମାଳ କରିବାକୁ ପ୍ରୟାସ ଜାରୀ ରହିଛି।ସପ୍ତାହର ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି,ରାଇକିଆ,ଦାରିଙ୍ଗବାଡି ଟିକାବାଲି ଆଦି ଅଞ୍ଚଳରୁ ବସ ଯୋଗେ ଦାଦନ ଖଟିବାକୁ ବହୁ ପୁରୁଷ ଓ ମହିଳା ଶ୍ରମିକ କେରଳକୁ ଯାଉଥିବା ବେଳେ କିଛି ସେଠି ମୃତ୍ୟୁବରଣ ମଧ୍ୟ କରିଥିବା ନଜିର ଅଛି।ଏପରି ସ୍ଥଳେ ଆଜି ଏକ ବସ ନଂ କେଏଲ ୪୨ ଜେ ୪୬୧୭ ଯୋଗେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୪୯ ଜଣ ମହିଳା ଓ ପୁରୁଷ ଦାଦନ ଖଟିବାକୁ କେରଳ ଯାଉଥିବା ବେଳେ ଜି.ଉଦୟଗିରି କଳିଙ୍ଗା ରାସ୍ତାର ଡିଏଭି ନିକଟରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଚଢାଉ ହୋଇଥିଲା।ଚଢାଉ ବେଳେ କନ୍ଧମାଳ ଜିଲ୍ଲା ଭାରପ୍ରାପ୍ତ ଶ୍ରମ ଅଧିକାରୀ ବିଶ୍ବରଞ୍ଜନ କହଁର ଟିମ ସହ ପହଞ୍ଚି,ଜି .ଉଦୟଗିରି ପୋଲିସ,ଚାଇଲ୍ଡ ଲାଇନ ସଭ୍ୟ,ଶ୍ରମ ୟୁନିଅନ ଓ ଜି ଉଦୟଗିରି ପୋଲିସ ଏ ଏସ ଆଇ ବୁଲୁ ବେହେରା, ରବୀନ୍ଦ୍ର କୁମାର ସେଠୀ ଟିମ ସହାୟତାରେ ଡିଏଭି ନିକଟରେ ବସକୁ ଯାଞ୍ଚ କରିଥିଲେ।ଯାଞ୍ଚ ସମୟରେ ୪୯ଜଣ ଯାଉଥିବବେଳେ ସେମାନଙ୍କର କାଗଜପତ୍ର ଯାଞ୍ଚ କଲାପରେ ଶ୍ରମିକଙ୍କୁ ନେଇ ବସ କେରଳ ଯାତ୍ରା କରାଥିଲା।
