
ଭଞ୍ଜନଗର ୨୪/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଆସିକା ବ୍ଲକ ଵେଣାପାଟ ପଞ୍ଚାୟତ ଗାଙ୍ଗପୁର ଥାନା ଅଧିନ ନାହାଡା ଗାଁରେ ଅଭାବନୀୟ ଘଟଣା l ସ୍ବାମୀ ସ୍ତ୍ରୀର ଜୀବନ ନେଇଥିବା ଘଟଣା ଦେଖିବାକୁ ମିଳିଛି l ମୃତ ସ୍ତ୍ରୀ ଜଣକ ହେଲେ ମିନତି ଓରଫ ମୁନି ପ୍ରଧାନ l ସୂଚନା ଅନୁସାରେ ନାହାଡା ଗ୍ରାମର ଜଗା ଓରଫ ସୁଜିତ୍ ବିଶ୍ୱାଳଙ୍କ ସହ ମିନତି ପ୍ରଧାନଙ୍କ ପ୍ରେମ ସମ୍ପର୍କ ରହିଥିଲା l ଉଭୟେ ୨୦୧୫ ମସିହାରେ ଘରୁ ଲୁଚି ସୁରତ ପଳେଇ ଯାଇଥିଲେ l ସେତେବେଳେ ମିନତି ନାବାଳିକା ଥିବାରୁ ପରିବାର ଲୋକେ ଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥଲେ l ଅଭିଯୋଗକୁ ଭିତ୍ତିକରି ଗାଙ୍ଗପୁର ପୋଲିସ ନାବାଳିକା ମିନତିକୁ ସୁରତରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ୨୦୧୬ ମସିହାରେ ମିନତିଙ୍କୁ ୧୮ ବର୍ଷ ହେବା ପରେ ଉଭୟ ପରିବାରଙ୍କ ସହମତିରେ ଭଞ୍ଜନଗର ଠାରେ କୋର୍ଟ ମ୍ୟାରେଜ୍ ହୋଇଥଲା l ଏହାପରେ ସୁଜିତ୍ ସୁରତ ଚାଲିଯାଇଥିଲା । ସେଠାରେ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଜେଲ ଯାଇଥିଲା l ଜେଲରେ ଆଠ ବର୍ଷ କାଳ ଦଣ୍ଡ ଭୋଗିଥିବା ପରେ ପରିବାର ଲୋକେ ସୁଜିତକୁ ଜାମିନରେ ଆଣିଥିଲେ l ଏହା ପରେ ସୁଜିତ ବାରମ୍ୱାର ମିନିତିଙ୍କ ନାହାଡା ଗ୍ରାମ ଘରକୁ ଆସିବା ସହ ତାକୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିଲା l ଗତକାଲି ଅପରାହ୍ନ ସମୟରେ ଘରେ ମିନତି ଏକା ଥିବା ସମୟରେ ସୁଜିତ୍ ଘର ଭିତରେ ପଶି ଦୁଇପଟୁ କବାଟ କିଳି ଦେଇ ଛୁରୀରେ ତଣ୍ଟି କାଟି ହତ୍ୟା କରିଥିଲା l ହତ୍ୟା ପାଇଁ ସେ ତିନୋଟି ଛୁରୀ ବ୍ୟବହାର କରିଥିବା ଜଣା ପଡିଛି l ଘର ଭିତରୁ ଚିତ୍କାର ଶୁଣିବା ପରେ ସାହି ପଡ଼ିଶା ଲୋକେ ମିନତିଙ୍କ ବାପାକୁ ଫୋନ କରି ଜଣାଇ ଥିଲେ l ମିନତିଙ୍କ ବାପା ଗାଙ୍ଗପୁର ଥାନାରେ ଖବର ଦେବା ପରେ ପୋଲିସ ଆସି କବାଟ ଖୋଲି ଦେଖିଲା ବେଳେ ମିନତୀଙ୍କ ମୃତ ଦେହ ଘରେ ପଡ଼ିଥିଲା l ଏହି ହତ୍ୟା ଘଟଣାରେ ପୋଲିସ ମିନତିଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଶବକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି l ଅପର ପକ୍ଷରେ ସାଇଣ୍ଟଫିକ୍ ଟିମ ଘଟଣାସ୍ଥଳକୁ ଗସ୍ଥ କରି ସମସ୍ତ ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି l
