
ନବରଙ୍ଗ ପୁର ୦୧/୦୯(ଚନ୍ଦ୍ର ଶେଖର ହରିଜନ) ନବରଙ୍ଗ ପୁର ଜିଲ୍ଳା ମୁଖ୍ୟ ଚିକତ୍ସାଲୟର ଆଇସିୟୁ ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳ ପ୍ରାୟ ୫ ଟା ସମୟରେ ୮୬ ବୟସ ରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ନବରଙ୍ଗ ପୁର ଜିଲ୍ଳା ର ରାଜନୀତିରେ ମହଲ ରେ ଓ ସାଧାରଣ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଡମ୍ବରୁ ମାଝି ଦିର୍ଘ୍ ଦଶନ୍ଧି ଧରି ନବରଙ୍ଗ ପୁର ଜିଲ୍ଳା ର ରାଜନୀତିରେ ସକ୍ରିୟ ଥିଲେ। ତାଙ୍କରି ରାଜନୀତି ଆରମ୍ଭ ରେ ସେ ଡାବୁଗାଁ ନିର୍ବାଚନ ରେ ବିଧାନସଭାକୁ ନିର୍ବାଚିତ ହେଇଥିଲେ। ୧୯୬୯.ଓ ୨୯୭୨..୧୯୮୫.ରେ ଡାବୁଗାଁ କୁ ନିର୍ବାଚିତ ହେଇଥିଲେ। ୧୯୭୭.ଓ ୧୯୧୯୮୦. ରୁ କଡିଗାଁ ରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ରାଜ୍ୟ ରାଜନୀତିରେ ମଧ୍ଯ ଡମ୍ବରୁ ମାଝି ଙ୍କ ଭୂମିକା ଗୁରୁତ୍ବ ଥିଲା ।ବିଭିନ୍ନ ସମୟରେ ସେ ରାଜ୍ୟ ସରକାର ଙ୍କ ମନ୍ତ୍ରି ଭାବରେ ଦାୟିତ୍ବ ତୁଲାଇଥିଲେ। ଓଡିଶା ସରକାର ଙ୍କ କୃଷି ଓ ସମବାୟ ୱର୍କ୍ସ ଓ ଟ୍ରାନ୍ସପୋର୍ଟ ଜଳସେଚନ ଓ ଶକ୍ତି ଭାବରେ ଦାୟିତ୍ଵ ତୁଲାଇଥିଲେ । ନବରଙ୍ଗ ପୁର ଜିଲ୍ଳା ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ଓ ଲୋକମାନଙ୍କ ସମସ୍ୟା କୁ ରାଜନୀତିକ ମହଲରେ ଆଲୋଚନା ଓ ସମାଲୋଚନା ରେ ଡମ୍ବରୁ ମାଝି ଙ୍କ ଦିର୍ଘ ରାଜନୀତି ଅଭିଜ୍ଞତା ଥିଲା । ବିଧାୟକ ଓ ମନ୍ତ୍ରୀ ଭାବରେ ତାଙ୍କର ଦୀର୍ଘ ସାର୍ବଜନୀନ ଜୀବନ ନବରଙ୍ଗ ପୁର ରାଜନୀତିରେ ଏକ ଅଧ୍ୟାୟ ହଇରହିବ। ତାଙ୍କ ବିୟୋଗ ଖବର ଶୁଣି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଗୌରିଶଙ୍କର ମାଝି ଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତା.ରାଜନେତା ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ହସ୍ପିଟାଲ ରେ ପହଞ୍ଚି ଡମ୍ବରୁ ମାଝି ଙ୍କ ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମର ଶରୀରକୁ ନିଜ ଗାଁ ଚିତ୍ରକୋଟ କୁ ନିଆଯାଇଥିଲା ସେଠାରେ ପ୍ରସାଶନ ପକ୍ଷରୁ ଗାର୍ଡ ଅଫ ଓନର୍ ଦିଆଯାଇଥିଲା। ପରିବାର. ଆତ୍ମୀୟ ସ୍ବୁଜନ.ସମର୍ଥକ ଓ ପ୍ରଶଂସକମାନଙ୍କ ଉପସ୍ଥିତିରେ ତାଙ୍କରି ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା
