
ନବରଙ୍ଗ ପୁର ୧୧/୦୯ ( ଚନ୍ଦ୍ର ଶେଖର ହରିଜନ) ଉମରକୋଟ ସହର ଟାଉନ୍ । କଂଗ୍ରେସ କମିଟି ସଭାପତି ପର୍ଶୁରାମ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ଲିପିକା ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଅନ୍ୟତମ ଅତିଥି ବିଘ୍ନରାଜ ସାନ୍ତ୍ରା, ଶଙ୍କର ଦେ, ସନରାଜ ଗୋଣ୍ଡ, ଉଲଧର ମାଝୀ, କୃଷ୍ଣ ମାଝୀ, ଉସ୍ମାନ ଲାଠିଆ ଓ ଭୁବନେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ବୈଠକରେ ନେତୃବୃନ୍ଦ ଦଳର ସାଙ୍ଗଠନିକ ସ୍ଥିତି ଓ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଅନ୍ୟ ଦଳର ବହୁ ବରିଷ୍ଠ ନେତା କଂଗ୍ରେସରେ ସାମିଲ ହେବା ପାଇଁ ଆଗ୍ରହୀ ଥିବା ବୈଠକରେ ପ୍ରକାଶ ପାଇବା ସହ, ଦଳକୁ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଜିଲ୍ଲା ସଭାନେତ୍ରୀ ସୁଶ୍ରୀ ଲିପିକା ମାଝୀ କହିଥିଲେ ଯେ, ଆଗାମୀ ଦିନରେ ଉମରକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଜୋରଦାର ଲଢ଼େଇ କରିବ। ଏଥିପାଇଁ ସମସ୍ତ କର୍ମୀଙ୍କୁ ଗୁରୁଦାୟିତ୍ୱ ଗ୍ରହଣ କରିବାକୁ ହେବ ବୋଲି ସେ ପ୍ରେରଣା ଦେଇଥିଲେ। ଅନ୍ୟପଟେ କଂଗ୍ରେସର ଟାଣୁଆ ନେତା ସୋନରାଜ ଗଣ୍ଡ ଉମରକୋଟ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ସମେତ ପୌରାଞ୍ଚଳର ୧୪ଟି ଯାକ ୱାର୍ଡ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଦାୟିତ୍ୱ ନେଇଛନ୍ତି। ଦଳର ସଂଗଠନ ଓ ସ୍ୱାର୍ଥ ପାଇଁ ଆବଶ୍ୟକ ପଡ଼ିଲେ ଜୀବନ ଦେବାକୁ ପଛାଇବେ ନାହିଁ ବୋଲି ସେ ଦୃଢ଼ ପ୍ରତିଜ୍ଞା କରିଥିଲେ।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉମରକୋଟ ବ୍ଲକ ସମ୍ପାଦକ ଗୌତମ ପଟ୍ଟନାୟକ, ଉପସଭାପତି ଏସ୍. ବିଜୟ , ସାଇ ନାରାୟଣ ପାଢ଼ୀ, ସନ୍ତୁଳା ଦୁରିଆ, ପଙ୍କଜିନି ପଟ୍ଟନାୟକ, ନୀଳମାଧବ ନାୟକ, ପେଣ୍ଡ୍ରା ହରିଜନ , ଗୋପାଳ ରାଓ, ସନ୍ୟାସୀ ବାଘ, ଆଦିତ୍ୟ ଚୈହାନ , ଙ୍କ ସମେତ ଦଳର ପ୍ରାୟ ୧୫୦ ଜଣ କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ।
