ଆଦିବାସୀ କଳାକାରଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ ।

ଜି ଉଦୟଗିରି ୦୪। ୧୦(ନୀଳମାଧବ ପ୍ରଧାନ )ଆଜି ଜି .ଉଦୟଗିରି ବ୍ଲକର ରାଇକଲା ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ଗାଁ ଗାଁରେ ଲୋକାଭିମୁଖୀ କରିବା ଏବଂ ସାଧାରଣ ଲୋକଙ୍କୁ ଏହାର ସୁବିଧା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଆଦିବାସୀ କଳାକାରମାନେ ପାରମ୍ପରିକ ବେଶଭୂଷାରେ ରଟିଙ୍ଗିଆ ପଞ୍ଚାୟତ ମଗରଗୁଡ଼ା ଗ୍ରାମର ଜୟନନ୍ଦ ସାଂସ୍କୃତିକ ସମିତିର ସଦସ୍ୟମାନେ ସଚେତନ କରୁଛନ୍ତି ।ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିଭାଗ ଦ୍ୱାରା ଏହି ସଚେତନତା କାର୍ଯ୍ୟକ୍ରମରେ କଳାକାରମାନେ ଗୀତ, ନୃତ୍ୟ, ପଥପ୍ରାନ୍ତ ନାଟକ ଓ କଥାବାର୍ତ୍ତା ମାଧ୍ୟମରେ ସରକାରୀ ଯୋଜନାଗୁଡ଼ିକର ଉଦ୍ଦେଶ୍ୟ, ସୁବିଧା ଓ ଲୋକମାନେ କିପରି ଏହାର ଲାଭ ପାଇପାରିବେ ସେ ସମ୍ପର୍କରେ କୁଇ ଭାଷାରେ ସଚେତନ କରିଥିଲେ। କଳାକାରମାନଙ୍କ ଗୀତ, ନୃତ୍ୟ ଓ ଅଭିନୟ ମାଧ୍ୟମରେ ସରକାରୀ ଯୋଜନାର ବାର୍ତ୍ତାକୁ ଲୋକଙ୍କ ନିକଟରେ ସହଜ ଓ ଆକର୍ଷଣୀୟ ଢଙ୍ଗରେ ପହଞ୍ଚାଯାଇଥିଲା।ପଥପ୍ରାନ୍ତ ନାଟକ ଭଳି ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଫଳରେ ଗ୍ରାମାଞ୍ଚଳର ଲୋକମାନେ ସରକାରୀ ଯୋଜନା ବିଷୟରେ ସହଜରେ ବୁଝିବା ସହିତ ନିଜ ଅଧିକାର ଓ ସରକାରୀ ସୁବିଧା ସମ୍ପର୍କରେ ସଚେତନ ହେବାର ସୁଯୋଗ ପାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଗାଁର ଶତାଧିକ ଲୋକମାନେ ରୁଣ୍ଡ ହୋଇଥିଲେ।
ସମିତିର ସଭାପତି ଜୟାନନ୍ଦ ପ୍ରଧାନ ନାଟକ ପରିଚାଳନା କରିଥିବା ବେଳେ ସଦସ୍ୟ ଜୟ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *