
ଜି ଉଦୟଗିରି (ନୀଳମାଧବ ପ୍ରଧାନ )ଗତ ଦୁଇ ଦିନ ଧରି ଜି .ଉଦୟଗିରି ବ୍ଲକର ତଲାରିମାହା ,କଳିଙ୍ଗା ,ମାଲିକପୋଡି ,ଗ୍ରେସିଙ୍ଗିଆ ,ରଟିଙ୍ଗିଆ ,ଲିଙ୍ଗାଗଡ ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ଗାଁ ଗାଁରେ ଲୋକାଭିମୁଖୀ କରିବା ଏବଂ ସାଧାରଣ ଲୋକଙ୍କୁ ଏହାର ସୁବିଧା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଆଦିବାସୀ କଳାକାରମାନେ ପାରମ୍ପରିକ ବେଶଭୂଷାରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଧାକୃଷ୍ଣ ସଂକୀର୍ତନ କଳାକାର ମାନେ ସଚେତନ କରୁଛନ୍ତି ।ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିଭାଗ ଦ୍ୱାରା ଏହି ସଚେତନତା କାର୍ଯ୍ୟକ୍ରମରେ କଳାକାରମାନେ ଗୀତ, ନୃତ୍ୟ, ପଥପ୍ରାନ୍ତ ନାଟକ ଓ କଥାବାର୍ତ୍ତା ମାଧ୍ୟମରେ ସରକାରୀ ଯୋଜନାଗୁଡ଼ିକର ଉଦ୍ଦେଶ୍ୟ, ସୁବିଧା ଓ ଲୋକମାନେ କିପରି ଏହାର ଲାଭ ପାଇପାରିବେ ସେ ସମ୍ପର୍କରେ କୁଇ ଭାଷାରେ ସଚେତନ କରିଥିଲେ। କଳାକାରମାନଙ୍କ ଗୀତ, ନୃତ୍ୟ ଓ ଅଭିନୟ ମାଧ୍ୟମରେ ସରକାରୀ ଯୋଜନାର ବାର୍ତ୍ତାକୁ ଲୋକଙ୍କ ନିକଟରେ ସହଜ ଓ ଆକର୍ଷଣୀୟ ଢଙ୍ଗରେ ପହଞ୍ଚାଯାଇଥିଲା।ପଥପ୍ରାନ୍ତ ନାଟକ ଭଳି ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଫଳରେ ଗ୍ରାମାଞ୍ଚଳର ଲୋକମାନେ ସରକାରୀ ଯୋଜନା ବିଷୟରେ ସହଜରେ ବୁଝିବା ସହିତ ନିଜ ଅଧିକାର ଓ ସରକାରୀ ସୁବିଧା ସମ୍ପର୍କରେ ସଚେତନ ହେବାର ସୁଯୋଗ ପାଉଛନ୍ତି। ପ୍ରତ୍ଯେକ କାର୍ଯ୍ୟକ୍ରମରେ ଗାଁର ଶତାଧିକ ଲୋକମାନେ ରୁଣ୍ଡ ହୋଇଥିଲେ।
ସମିତିର ସଭାପତି ନୀଳମାଧବ ପ୍ରଧାନ ନାଟକ ପରିଚାଳନା କରିଥିବା ବେଳେ ସଦସ୍ୟ ଅମର ସିଂ ନାୟକ ,ସୁରେଶ ଦିଗାଲ ,ଅମ୍ବିକା ,ଆଶ୍ରିତା ,ସରଜନା ,ଚାନ୍ଦିନୀ ,ଶାରିକା ,ଖଲି ପାଢି ଏବଂ ସ୍ଵପ୍ନା ପ୍ରଧାନ ସହଯୋଗ କରିଥିଲେ।
