
ଜି . ଉଦୟଗିରି୧୧/ ୧୦(ନୀଳମାଧଵ ପ୍ରଧାନ ) ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରଚିଙ୍ଗିଆ ଠାରେ ଝିମାଙ୍ଗିଆ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚତୁର୍ତ୍ତୁଜ ସାହୁ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ,କୃଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ମୋଟ ୮୦ ଜଣ ପ୍ରତିଯୋଗୀ ୧୫ଟି ପ୍ରତିଯୋଗୀତା ର ଭାଗ ନେଇଥିଲେ. ପ୍ରତ୍ୟେକ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରା ଛାତ୍ରୀ ମାନଙ୍କୁ ବ୍ଳକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କୁ ଯିବା ନିମନ୍ତେ ମନୋନିତ କରାଯାଇଥିଲା । ଉଦ୍ଯାପନୀ କାର୍ଯ୍ୟକ୍ରମରେ ଏବିଇଓ ଶ୍ରୀଯୁକ୍ତ ନିବେଦିତ ପ୍ରଧାନ ଓ ଫ୍ରଫୁଲ କୁମାର ସାହୁ ଉପସ୍ଥିତ ରଣ କାର୍ଯ୍ୟକ୍ରମକୁ ଆଗେଇନେବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଷ୍ଟର ସମସ୍ତ ଶିକ୍ଷକ ମନୋଜ ତ୍ରିପାଠୀ, ନଙ୍ଗୁଳି ପ୍ରଧାନ, ଜିତେନ୍ଦ୍ର ନାୟକ, ପ୍ରତିମା ସାହୁ ରିତାଞ୍ଜଳି ପଣ୍ଡା, ଚିନ୍ମୟୀ ନାୟକ, ବ୍ରହ୍ମାନକ ନାୟକ, ଚିତ୍ତରଞନ ମଲିକ, ବିଦ୍ୟୁତ ପ୍ରଧାନ, ସିଆରସିସି ବିଦେଶି ନାୟକ, ବିନୟ ନାୟକ .ବାଣୀ ପ୍ରସାଦ ପ୍ରଧାନ,ନିତେଶ ନାୟକ ରଶ୍ମିତା ମହାରଣା ପ୍ରମୁଖ ସହଯୋଗ କରିଥିଲେ,।
