
ଭଞ୍ଜନଗର ୨୩/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ତାରାସିଂ ଥାନା ଅନ୍ତର୍ଗତ କ୍ଷେତ ମୁଣ୍ଡାଳୀ ପଞ୍ଚାୟତ ଅଧିନ ଶିଶୁଣ୍ଡା ଗ୍ରାମର କୁନା ଗୌଡ଼ ( ୪୦ ) ବର୍ଷ ।ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ। ଗ୍ରମରେ ଥିବା ଶିବ ମନ୍ଦିର ନିକଟସ୍ଥ ଏକ କାଜୁ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।ମୃତ୍ୟର କରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ତାରସିଙ୍ଗ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଭଂଜନଗର ମେଡ଼ିକାଲ କୁ ପଠାଇବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ତଥ୍ୟ ସମ୍ନାକୁ ଆସିବ ବୋଲି ଥାନା ଅଧିକାରୀଣୀ ଶୁଭଲକ୍ଷ୍ମୀ ପୁଜାରୀ ସୁଚନା ଦେଇଛନ୍ତି।
