
ଆସିକା,୦୧/୦୭- ଓଡିଶାରେ ଗ୍ରାମାଞ୍ଚଳ ମହିଳା ସଶକ୍ତିକରଣ ଓ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ଜୀବିକା ମିଶନ ଅଧିନରେ ସି.ଆର.ପି ମାନେ କାର୍ଯ୍ୟ କରନ୍ତି । ଓଡିଶା ସରକାରଙ୍କ ମିଶନ ଶକ୍ତି ପ୍ରୋଗ୍ରାମ ଏବଂ ଓଡିଶା ଲାଇଭଲିହୁଡ ମିଶନ ଅଧିନରେ ଗ୍ରାମାଚଂଳରେ ମହିଳା ସଶକ୍ତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସହାୟତା କରିବା ପାଇଁ ଏମ.ବି.କେ ଏବଂ ସି.ଆର.ପି ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ମାଷ୍ଟର ବୁକ୍ କିପର (ଏମ.ବି.କେ) ମାନେ ହେଉଛନ୍ତି ପଚାଂୟତ ସ୍ତରୀୟ ସଂଘର ଜଣେ ପ୍ରମୁଖ କର୍ମଚାରୀ । ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମପଚାଂୟତ ସ୍ତରୀୟ ସଂଘର ସମସ୍ତ ଆୟ-ବ୍ୟୟ ଏବଂ ହିସାବ ପୁସ୍ତକ ଠିକ ଭାବେ ଲେଖିବା କାର୍ଯ୍ୟ କରନ୍ତି । ଗୋଷ୍ଠୀର ଆର୍ଥିକ ହିସାବର ଅଡିଟିଙ୍ଗ୍ କରିବା ଏବଂ ଆବଶ୍ୟକୀୟ ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି । ସେହିଭଳି ସି.ଆର.ପି ମାନେ ଗାଁରେ ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା ଏବଂ ସେମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରନ୍ତି । ସେମାନେ ମହିଳା ମାନଙ୍କୁ ବିଭିନ୍ନ ରୋଜଗାରକ୍ଷମ ଯୋଜନା, ସ୍ୱାସ୍ଥ୍ୟ ଏବଂ ସାମାଜିିକ ସଚେତନତା ବିଷୟରେ ବୁଝାଇଥାନ୍ତି । ଗ୍ରାମାଚଂଳରେ ଓଡିଶା ଜୀବିକା ମିଶନର କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ସଫଳ କରିବା ଏବଂ ସରକାରୀ ଯୋଜନା ବିଷୟରେ ମହିଳାଙ୍କୁ ଅବଗତ କରାଇବା ଏମାନଙ୍କର ମୁଖ୍ୟ ଦାୟିତ୍ୱ ରହିଛି । ଏହା ସହିତ ଏମ.ବି.କେ ଏବଂ ସି.ଆର.ପି ମାନେ ନିୟମିତ ଭାବେ ମିଶନ ଶକ୍ତି ଅଧିନରେ ଆସୁଥିବା ଋଣ, ସବସିଡି ଏବଂ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଗୁଡିକୁ ଗ୍ରାମାଚଂଳରେ ସଫଳତାର ସହ କାର୍ଯ୍ୟକାରୀ କରିବାରେ ସହଯୋଗ କରିନ୍ତି । ଏତିକି ବେଳେ ଗତ ୧୦.୮.୨୦୨୩ ତାରିଖ ପ୍ରାୟ ୪ ବର୍ଷ ହେଲା ଆସିକା ବ୍ଲକର ଗୋଟିଏ ଗ୍ରାମପଚାଂୟତକୁ ଛାଡି ଦେଲେ ଅନ୍ୟ ୨୬ଟି ଗ୍ରାମପଚାଂୟତରେ ମ୍ୟାଜିକ ଚୁଲା ପ୍ରଦାନ କରିବା ପାଇଁ ସି.ଆର.ପି ଓ ଏମ.ବି.କେ ଉ୍ଭୟ ମିଶି ରାସନକାର୍ଡ ହିତାଧିକାରୀଙ୍କ ଠାରୁ ପରିବାରର ସଦସ୍ୟ ଅନୁଯାୟୀ ମୁଣ୍ଡପିଛା ୫୦ ଟଙ୍କା ଆଦାୟ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ମ୍ୟାଜିକ ଚୁଲା ପ୍ରଦାନ କରାଯାଇନାହିଁ । ଏନେଇ କୈାଣସି ସୂଚନା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଥିବା ବେଳେ ସମସ୍ତ ହିତାଧିକାରୀ ସଂଗ୍ରହ କରାଯାଇଥିବା ଟଙ୍କା କୁଆଡେ ଗଲା ବୋଲି ଅଭିଯୋଗ କରିଛନ୍ତି । ଆସିକା ବ୍ଲକର ୨୬ ଟି ଗ୍ରାମପଚାଂୟତର ସି.ଆର.ପି ମାନେ ଘର ଘର ବୁଲି ଟଙ୍କା ସଂଗ୍ରହ କରିଥିବା ବେଳେ ରାସନକାର୍ଡ ହିତାଧିକାରୀ ମାନେ ମ୍ୟାଜିକ ଚୁଲା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଆଗାମୀ ଦିନରେ ସଠିକ ସୂଚନା ପ୍ରଦାନ କରାନଗଲେ ଆନ୍ଦୋଳନ କରିବେ ବୋଲି କୁଆଡି ସୁଚନା ମିଳିଛି ।
