ସର୍ଗତ କବି ବଳରାମ ପୂଜାରୀଙ୍କ ଦ୍ୱିତୀୟ ପୁଣ୍ୟତିଥି ପାଳିତ।

ମାଲକାନଗିରି (ହିମାଂଶୁ ଶେଖର ସ୍ବାଇଁ)୧୧/୦୮/ କୁଡୁମୁଲୁଗୁମ୍ମା , ଆଜି ସ୍ୱର୍ଗତ କବି ବଳରାମ ପୂଜାରୀଙ୍କ ଦ୍ୱିତୀୟ ପୁଣ୍ୟତିଥି ଅବସରରେ କୁଡୁମୁଲୁଗୁମ୍ମା ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ମାଲ୍ୟାର୍ପଣ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷକ ଓ ସାମ୍ବାଦିକମାନେ ଉପସ୍ଥିତ ରହି ସ୍ୱର୍ଗତ କବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମରେ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ପବିତ୍ର କୁମାର ନାୟକ, ଡାର୍ୱିନ୍ ମେମୋରିଆଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଓଡ଼ିଆ ଅଧ୍ୟାପକ ନିରଞ୍ଜନ ସ୍ୱାଇଁ, କୁଡୁମୁଲୁଗୁମ୍ମା ଶିକ୍ଷକ ସଂଘର ସଭାପତି ରମେଶ ଚନ୍ଦ୍ର ନେଲୁରୁ, ସମ୍ପାଦକ ବ୍ରଜ ନାରାୟଣ ଦାସ, ଉମା ଶଙ୍କର ଦାସ, କର୍ଣ୍ଣ ଭତ୍ରା , ଖଇରପୁଟରୁ ସମାଜସେବୀ ଆନନ୍ଦ ଚାର୍କି, ଗ୍ରାମର ବୁଦ୍ଧିଜୀବୀ ବିରୂପାକ୍ଷ ସ୍ୱାଇଁ, ଜୁଗୋଳ କିଶୋର ସ୍ୱାଇଁ, ସୁରେନ୍ଦ୍ର କୁମାର ପ୍ରଧାନ, ନିତ୍ୟା ମଲ୍ଲିକ, ବାବୁଲି ମହମ୍ମଦ, ଶୁଭଶ୍ରୀ ସେଠୀ ଓ ଅର୍ଚ୍ଚନା ଜେନା ପ୍ରମୁଖ ଯୋଗଦେଇଥିଲେ । ସେହିପରି ସାମ୍ବାଦିକ ପ୍ରତିନିଧି ଭଗବାନ ସାହୁ, ଜ୍ୟୋତି ରଞ୍ଜନ ବେହେରା, ଗଣେଶ ପ୍ରସାଦ ଦାସ ଓ ହିମାଂଶୁ ଶେଖର ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । କବି ବଳରାମ ପୂଜାରୀଙ୍କ ପରିବାର ପକ୍ଷରୁ ତାଙ୍କ ପୁଅ ରୁଦ୍ରାଭିଷେକ ପୂଜାରୀ ଓ ପତ୍ନୀ ପୁଷ୍ପାଞ୍ଜଳି ରଣା ଉପସ୍ଥିତ ରହିଥିଲେ ।
ଉପସ୍ଥିତ ବ୍ୟକ୍ତିମାନେ କବି ବଳରାମ ପୂଜାରୀଙ୍କ ସାହିତ୍ୟ ସାଧନା, ସମାଜ ପ୍ରତି ତାଙ୍କ ଅବଦାନ ଏବଂ ତାଙ୍କର ସ୍ମୃତିଚାରଣ କରିଥିଲେ । ତାଙ୍କ ସାହିତ୍ୟିକ ସୃଷ୍ଟି ଓ ଆଦର୍ଶକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମତ ପ୍ରକାଶ ପାଇଥିଲା ।
ଶୋକସଭା ପରିବେଶରେ ଉପସ୍ଥିତ ସମସ୍ତେ ସ୍ୱର୍ଗତ କବି ବଳରାମ ପୂଜାରୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *