
ଜି.ଉଦୟଗିରି, ୧୧/୦୮(ନିଳମାଧବ ପ୍ରଧାନ)ଜି.ଉଦୟଗିରି ର ୧ନମ୍ବର ୱାର୍ଡ ପଦାସାହି ବାସିନ୍ଦା ଚୌଧୁରୀ ପ୍ରଧାନ ଙ୍କ ଗତକାଲି ସୋମବାର ସୁନାବେଡ଼ା HAL ରେ କାର୍ଯ୍ୟରତ ଅବସ୍ଥାରେ ହୃଦଘାତରେ ପରଲୋକ ହୋଇଛି I ସୂଚନା ପ୍ରକାରେ ତାଙ୍କର ଦୁଇ ଜଣ ଝିଅ ରହିଛନ୍ତି I ସେ ଜଣେ ଶାନ୍ତ,ସଚ୍ଚୋଟ,ପରୋପକାରୀ ସ୍ଵଭାଵର ବ୍ୟକ୍ତିତ୍ୱ ଥିଲେ I ଶ୍ରୀ ପ୍ରଧାନଙ୍କ ମରଶରୀର ପଦାସାହି ବାସ ଭବନ ରେ ପହଂଚି ଥିବାବେଳେ ତାଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ ପରିଜନ ଆସି ସମବେଦନା ଜଣାଇଛନ୍ତି I ମଙ୍ଗଳବାର ଦିନ ପଦାସାହି ସ୍ଥିତ ସ୍ମଶାନରେ ଅନ୍ତିମ ସଂସ୍କାର କରାଯିବ I
ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି I
