
ଭଞ୍ଜନଗର ୧୩/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )କନ୍ଧମାଳରୁ ଭାୟା ଭଞ୍ଜନଗର ଦେଇ ଜିଲ୍ଲା ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଜଣେ ଯୁବକଙ୍କୁ ଭଞ୍ଜନଗର ପୁଲିସ କାବୁ କରିଛି। ଏହା ସହ ତା ଠାରୁ ୨୨.୪୪୦ କିଲୋଗ୍ରାମ ବେଆଇନ ଗଞ୍ଜେଇ,୧୫୦୦ ଟଙ୍କା ସହ ଏକ ମୋବାଇଲ ଫୋନ କୁ ଜବତ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇ କେନ୍ଦୁଝର ଜିଲ୍ଲାର ପ୍ରକାଶ କୁମାର ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୁଚନା ଦେଇଛନ୍ତି ସୁଚନାନୁସାରେ, ବୁଧବାର ଏସଆଇ ଲଷ୍ମୀଧର ମହାନ୍ତିଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଭଞ୍ଜନଗର ଥାନା ଅଞ୍ଚଳରେ ସନ୍ଧ୍ୟାକାଳୀନ ପାଟ୍ରୋଲିଂ/ବ୍ଲକିଂ ଡ୍ୟୁଟି କରୁଥିଲେ।ଏହି ସମୟରେ ପେଟ୍ରୋଲିଂ ଟିମ୍ ଜାତୀୟ ରାଜପଥ ୧୫୭ ବେଡିଗୁବା ବିଶ୍ରାମ ଗୃହ ନିକଟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ପାଖରେ ଦୁଇଟି ବ୍ୟାଗ୍ (ଗୋଟିଏ କଫି ରଙ୍ଗର ଟ୍ରଲି ବ୍ୟାଗ୍ ଏବଂ ଗୋଟିଏ କଳା ରଙ୍ଗର ଏୟାର ବ୍ୟାଗ୍) ଥିଲା, ଯେଉଁଥିରେ ନିଷିଦ୍ଧ ସାମଗ୍ରୀ ଅର୍ଥାତ୍ ଗଞ୍ଜେଇ ରହିଥିବା ସନ୍ଦେହ କରାଯାଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ସ୍ୱୀକାର କରିଥିଲେ ଯେ ସେ ଆର୍ଥିକ ଲାଭ ପାଇଁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ନିଷିଦ୍ଧ ଗଞ୍ଜେଇ ପରିବହନ କରୁଥିଲେ।ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇ କେନ୍ଦୁଝର ଜିଲ୍ଲାର ପ୍ରକାଶ କୁମାର ରାଉତଙ୍କୁ
ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି।
