
ଜନତା ଖବର ଟିଭି ବ୍ୟୁରୋ (୨୦/୦୧) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ରେ କିନ୍ନର ସଂଘର ହୋହାଲ୍ଲା l ଥାନାରେ ଭିତରେ ପଶିଗଲେ ଏବଂ ହୋହାଲ୍ଲା କରିବା ସହ ଥାନା ଆଗରେ ପ୍ରତିବାଦ କରୁଛନ୍ତି ଶତାଧିକ କିନ୍ନ୍ନର l ଜ୍ୟୋତି ନାମକ ଜଣେ କିନ୍ନର ଙ୍କୁ କବିସୂର୍ଯ୍ୟନଗର ଥାନା ବାଲିଛାଇ ଗ୍ରାମର ଭୋଳ ଶଙ୍କର ଗୌଡ଼ ନାମକ ଯୁବକ ପ୍ରେମ ବିବାହ ପ୍ରତିଶୃତି ପରେ ପ୍ରତାରଣା କରି ଫେରାର ମାରିଛି l ଏନେଇ ଥାନାରେ ବହୁବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି କିନର ସଙ୍ଘ ପକ୍ଷରୁ ପ୍ରତିବାଦ କରାଯାଇଛି l ଖଲ୍ଲିକୋଟ,ବାଲୁଙ୍ଗା ଅଞ୍ଚଳର ଶତାଧିକ କିନ୍ନର ଥାନା ଭିତରେ ପସି ହୋହାଲ୍ଲା କରିବା ସହ ଥାନା ଆଗରେ ଧାରଣା ଦେଇଛନ୍ତି l ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି l
