

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ୦୩/୦୩ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ପରିକ୍ରମା ପକ୍ଷରୁ ମୁଖ୍ଯ କାର୍ଯ୍ଯନିର୍ବାହୀ ମନୋଜ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ଯକ୍ରମର ପ୍ରଥମ ଅର୍ଘ୍ଯରେ ଫଗୁଣର ଫଗୁ ଶୀର୍ଷକ ଏକ କବିତା ଆସର କାର୍ଯ୍ଯକ୍ରମରେ ସାହିତ୍ଯିକ ଡକ୍ଟର ଦିଗମ୍ବର ଗିରି, ଲଳିତ ମହାନ୍ତ, ଶିକ୍ଷାବିତ୍ ଶଚିକାନ୍ତ କର ଓ କବିୟତ୍ରୀ ରାମେଶ୍ବରୀ ପଟ୍ଟନାୟକ ମଞ୍ଚାସୀନ ହୋଇଥିଲା ବେଳେ ସୁଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ପରିଚାଳନାରେ କବିକବିୟତ୍ରୀ ତିମିର ରଞ୍ଜନ ପଣ୍ଡା, ସୁଶାନ୍ତ ପରୀକ୍ଷା, ଉର୍ମିଳା ପାଣି, ଶଚିକାନ୍ତ କର, ଲଳିତ ମହାନ୍ତ, ଡକ୍ଟର ଭାଗବତ ଲେଙ୍କା, କାର୍ତ୍ତିକ କୁମାର ପରିଚ୍ଚା, ଗୋପାଳକୁଷ୍ଣ ମହାନ୍ତି, ମାନସ କୁମାର ପରିଡା, ସାଇବା ସୁଶୀଲ କୁମାର ହାଁସଦାଃ, ରାମେଶ୍ବରୀ ପଟ୍ଟନାୟକ, ପ୍ରମିଳା ସ୍ବାଇଁ, କୌଶିକ ମହାନ୍ତି, ବିଜୟ କୁମାର ରାମ, ଶ୍ଯାମଳେନ୍ଦୁ ପରିଡା, ମମତା ପାତ୍ର, ଖୁସବୁ ପାଲ, ଡକ୍ଟର ଦିଗମ୍ବର ଗିରି, ନରସିଂହ ଗିରି, ଜଗନ୍ନାଥ ବଳ ଓ ଡକ୍ଟର ତନ୍ମୟୀ ରଥ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ l ଦ୍ବିତୀୟ ଅର୍ଘ୍ଯରେ ନୟାଗଡରୁ ଆଗତ କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର ଯୋଗ ଦେଇ ଲୋକମାନଙ୍କୁ କୁଇଜ୍ ପଚାରିଥିଲେ l ସଠିକ ଉତ୍ତର ଦାତାଙ୍କୁ ପରିକ୍ରମା ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା l ତୁତୀୟ ଅର୍ଘ୍ଯରେ ପରିକ୍ରମା ଅନୁଷ୍ଠାନ ପକ୍ଷରୁ ଅଧ୍ଯକ୍ଷ ଇସାନ ମିଶ୍ରଙ୍କ ଅଧ୍ଯକ୍ଷତାରେ ସମ୍ଭନ୍ଧନା ଓ ସାଂସ୍କୁତିକ କାର୍ଯ୍ଯକ୍ରମ ପରିବେଷଣ ହୋଇଥିଲା l ଏଥିରେ ମୁଖ୍ଯ ଅତିଥି ଭାବେ ଶିଳ୍ପପତି ଜଗଦିଶ ମିଶ୍ରା ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ଯ କାର୍ଯ୍ଯନିର୍ବାହୀ ମନୋଜ ଦାସ, ସମ୍ପାଦକ ସୁବାଷ ମଣ୍ଡଳ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଃ, ଶ୍ଯାମଚରଣ ହାଁସଦାଃ, ସମାଜସେବୀ ପ୍ରସନ୍ନ କୁମାର ସାହୁ ଓ ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ସଭାପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ଏହାପରେ ଅତିଥିଗଣ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ମୁଖ୍ଯ କାର୍ଯ୍ଯନିର୍ବାହୀ ସ୍ବାଗତ ଭାଷଣ ଦେବା ସହିତ ସୁକଣ୍ଠଶିଳ୍ପୀ ସୁବାଷ ପାତ୍ରଙ୍କୁ ମୁତ୍ଯକାଳୀନ ଶୋକରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହାପରେ ମୁଖ୍ଯଅତିଥି ଶିଳ୍ପପତି ଜଗଦିଶ ମିଶ୍ରା ଓ ସମ୍ମାନ୍ନିତ ଅତିଥି ପ୍ରସନ୍ନ କୁମାର ସାହୁ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ l ସମ୍ଭନ୍ଧନା ଦେବା ସମୟରେ ସୁସାହିତ୍ଯିକ ତଥା ସାମ୍ବାଦିକ କାର୍ତ୍ତିକ ଚନ୍ଦ୍ର ପରିଚ୍ଚା, ଶିକ୍ଷାବିତ୍ ଡକ୍ଟର ଭାଗବତ ଲେଙ୍କା, କୁଡୁମାଲୀ ସାହିତ୍ଯ ଲେଖିକା ଦେବକୀ ମହାନ୍ତ, ସମାଜସେବୀ ଦୁଷ୍ମନ୍ତ ଦାସ, ଗାୟିକା ପୁଷ୍ପା ପଣ୍ଡା ଓ ସମାଜସେବୀ ଚିତ୍ତରଂଜନ ପଟ୍ଟନାୟକ ପୁତ୍ର ଗୋପୀ ପଟ୍ଟନାୟକଙ୍କୁ ସମ୍ଭନ୍ଧିତ କରାଯାଇଥିଲା l ଏହି ଭବ୍ଯ କାର୍ଯ୍ଯକ୍ରମରେ ସୁଶିକ୍ଷକ ରଞ୍ଜନ କୁମାର ନନ୍ଦ ସଭା ପରିଚାଳନା ଏବଂ ଧନ୍ଯବାଦ ଅର୍ପଣ କରିଥିଲେ l ଏହାପରେ ସୁଦୂର ଭୁବନେଶ୍ବରରୁ ଆଗତ ସୁନାମଧନ୍ଯ ସଂଗୀତ ଅନୁଷ୍ଠାନ ରିଏଲ ଟିୟୁନଙ୍କ ଦ୍ବାରା ସଂଗୀତ ପରିବେଷଣ ହୋଇଥିଲା l ଏଥିରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତି, ସଂସ୍କୁତି ପ୍ରେମୀ, ସାହିତ୍ଯ ପ୍ରେମୀ ଯୋଗ ଦେଇଥିଲେ l
