ଭଂଜନଗର ଉପଖଣ୍ଡରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

ଗଞ୍ଜାମ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଅମରେନ୍ଦ୍ର ପଟ୍ଟନାୟକ ଙ୍କ ରିପୋର୍ଟ ଭଂଜନଗର ୦୭/୦୩: ଗଂଜାମ ଜିଲ୍ଲାର ଭଂଜନଗର ଉପଖଣ୍ଡ ଚିକିତ୍ସାଳୟଠାରେ ଆଜି ଏଚପିଭି ଟୀକାକରଣ କାର୍ଯକ୍ରମ ଆରମ୍ଭ ହୋଇଛି। ଭଂଜନଗର ଉପଖଣ୍ଡ ଅଧୀକ୍ଷକ ସିତନ୍ସୁ ଶେଖର ଶତପଥୀ ଏହାର ଶୁଭାରମ୍ଭ କରିଥିଲେ। ହ୍ୟୁମାନ ପାପିଲୋମା ଭାଇରସ (ଏଚ ପି ଭି) ଟୀକା କରଣ ଦ୍ଵାରା ମହିଳା ମାନଙ୍କର ଜରାୟୁ ଗ୍ରିବା ମାରାତ୍ମକ କର୍କଟ ରୋଗକୁ ପ୍ରତିରୋଧ କରାଯିବାର ସ୍ଵତନ୍ତ୍ର ପ୍ରୟାସ ଆରମ୍ଭ କରାଯାଇଛି। ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହି, ଏଲ୍ ଏଚ୍ ବି ମନ୍ଦାକିନୀ ବେହେରା, ବିଦୂପମା ସାହୁଏଵଂ ସୁନୀତା କୁମାରୀ ଦାସ ଓ ସ୍ୱର୍ଣାଲତା ତ୍ରିପାଠୀ ଆଶା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଥାଉ କି, ଜରାୟୁ କର୍କଟ (ସର୍ଭିକାଲ କ୍ୟାନ୍ସର) ରେ ପ୍ରତିବର୍ଷ ବହୁ ସଂଖ୍ୟାରେ ମହିଳା ପ୍ରାଣ ହରାଉଛନ୍ତି। ବଜାରରେ ଉପଲବ୍ଧ ଥିବା ଟୀକାର ଦର ଅଧିକା ଥିବାରୁ ଏହାକୁ ସମସ୍ତେ କିନିପରୁନଥିଲେ। ଜାତୀୟ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବା ପରେ ଏହାକୁ ମାଗଣାରେ ପ୍ରଦାନ୍ କରାଯିବ।

Leave a Reply

Your email address will not be published. Required fields are marked *