ଗୁରୁଝୁଳି ଗାଁ ରେ ହାଡ଼ଫୁଟି ଆତଙ୍କ,ଗାଁ ରେ ମେଡ଼ିକାଲ ଟିମ୍।

ଗଜପତି ଜିଲ୍ଲା ମୋହନା ବ୍ଲକରୁ ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟଙ୍କ ରିପୋର୍ଟ ୧୦/୦୩ ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଗୁରୁଝୁଳି ଗାଁ ରେ ହାଡ଼ଫୁଟି ଆତଙ୍କ ଦେଖା ଦେଇଛି। ଆଜକୁ ଦୁଇ ସପ୍ତାହ ହେବ ଗାଁ ରେ ଏହି ରୋଗ ସଂକ୍ରମଣ ବଢ଼ିବାରେ ଲାଗିଛି। ଗାଁ ଲୋକେ ମେଡ଼ିକାଲ ବଦଳରେ ଘରେ ଝାଡ଼ଫୁଙ୍କ ସହ ଚେରମୂଳି ଚିକିତ୍ସା କରି ରହି ଆସୁଥିଲେ। ଗାଁ ର ଆଶାଦିଦି ଗାଁ ଳୋକଙ୍କୁ ବୁଝାଇଥିଲେ ମଧ୍ୟ ଗାଁ ଲୋକେ ଘରେ ରହି ଉପଚାର କରି ଆସୁଥିଲେ। ବିଶେଷ ସୂତ୍ର ରୁ ମେଡ଼ିକାଲ ବିଭାଗ ଖବର ପାଇବା ପରେ ଆଜି ମୋହନା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଗୁରୁଝୁଳୀ ଗାଁ ରେ ପହଞ୍ଚି ମେଡ଼ିସିନ ଯୋଗାଇ ଦିଆ ଯାଇଛି। ଅନ୍ୟପଟେ ସାତଦିନ ପର୍ୟ୍ୟନ୍ତ ଗାଁ ରେ ମେଡ଼ିକାଲ ଟିମ୍ ଆକ୍ରାନ୍ତ ଙ୍କ ଘରେ ପରିଦର୍ଶନ କରି ଚିକିତ୍ସା ଯୋଗାଇବା ଲକ୍ଷ ରଖା ଯାଇଛି। ସବୁଠୁ ବଡ଼ କଥା ହେଉଛି ଆଜି ମଧ୍ୟ ଅନ୍ଧ ବିଶ୍ବାସ କୁ ଆପଣାର କରି ରହି ଆସୁଛନ୍ତି ଲୋକେ।ସରକାର ଙ୍କ ସଚେତନ ଅଭାବ ରହୁଥିବା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବ୍ଲକ ପ୍ରଶାସନ ହେଉ କିମ୍ୱା ଜିଲ୍ଲା ପ୍ରଶାସନ ଗାଁ ଗାଁ ରେ ଅନ୍ଧ ବିଶ୍ବାସ କୁ ନେଇ ସଚେତନ କରାଇବେ ତା ହେଲେ ଲୋକେ ସଚେତନ ରହିବେ ବୋଲି ଆସା ରଖିଛନ୍ତି ବୃଦ୍ଧିଜିବୀ।

Leave a Reply

Your email address will not be published. Required fields are marked *