ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ।

ବେଲଗୁଣ୍ଠା ନାରାୟଣ ପଣ୍ଡା ୨୧/୦୩,ଗୁରୁବାର ଦିନ ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହା ସମାରୋହରେ ପାଳିତ ହୋଇ ଯାଇଛି । ପରିଚାଳନା ସମିତିର ଅଧ୍ୟକ୍ଷ ବିଜୟ କୁମାର ସ୍ୱାଇଁ ,ଉପ ସଭାପତି କାଳୀଚରଣ ପାଢ଼ୀ ,ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ , ମଧୁସୂଦନ ମହାପାତ୍ର , ଚିନଂ ଚିଦାନନ୍ଦ ପାତ୍ର,ସମ୍ପାଦକ ପବିତ୍ର କୁମାର ସାହୁ , ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର , କୋଷାଧ୍ୟକ୍ଷ ଚିନଂ.ରବୀନ୍ଦ୍ରନାଥ ସୁବୁଦ୍ଧି, ସଦସ୍ୟା ଚିନଂ. ସୁଜାତା ସୁବୁଦ୍ଧି, ରାଧାରାଣୀ ସେଠୀ ପ୍ରମୁଖ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ବରିଷ୍ଟ ସ୍ୱୟଂସେବକ ଦିଲ୍ଲୀପ କୁମାର ରେଡ୍ଡି ଗୈରିକ ଧ୍ବଜ ଓ ଆଦ୍ୟ ସରସଂଘ ଚାଳକଙ୍କ ଉଦ୍ଦେଶ୍ୟରେ ଆଦ୍ୟ ପ୍ରଣାମ ଜ୍ଞାପନ କରି ଥିବା ବେଳେ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ସମସ୍ତ ସେବାବ୍ରତୀ ,ଶିଶୁ ତଥା ପରିଚାଳନା ସମିତି ସଦସ୍ୟ, ସଦସ୍ୟା ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଓ ବାହାନ ଚାଳକ ମାନଙ୍କ ଦ୍ୱାରା ବିଶାଳ ପଥ ସଞ୍ଚାଳନ କରି ରାଷ୍ଟ୍ରୀୟ ନବବର୍ଷର ମହତ୍ତ୍ୱ ଓ ଆଦର୍ଶର ବାର୍ତ୍ତା ପ୍ରଚାର କରାଯାଇଥିଲା । ଇତ୍ୟବସରରେ ବ୍ରହ୍ମା, ଶ୍ରୀରାମ ପରିବାର, ଶ୍ରୀ ଯୁଧିଷ୍ଠିର ପରିବାର , ଭାରତ ମାତା, ଲକ୍ଷ୍ମୀବାଈ ,ଡକ୍ଟର୍ ଜୀ,ଶ୍ରୀଗୁରୁଜୀ ତଥା ନର୍ତ୍ତକ ନର୍ତ୍ତକୀ ଆଦିଙ୍କ ଝାଙ୍କି ପ୍ରଦର୍ଶନ ଏବଂ ବିଦ୍ୟାଳୟ ଘୋଷ୍ ଦଳ ଦ୍ବାରା ରଥ ଶୋଭାଯାତ୍ରା କରି ବର୍ଣ୍ଣାଢ଼୍ୟ ପରିବେଶରେ ବେଲଗୁଣ୍ଠା ସହର ପରିକ୍ରମା ଓ ପଥ ସଞ୍ଚଳନ କରାଯାଇଥିଲା I ଅଞ୍ଚଳର ସମସ୍ତ ସାମ୍ବାଦିକ ତଥା ବେଲଗୁଣ୍ଠାବାସୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମ କୁ ସ୍ୱାଗତ ଓ ଅଭିନନ୍ଦନ କରି ଉପଭୋଗ ଥିଲେ । ଶିକ୍ଷା ସହ ଏଭଳି ଭବ୍ୟ କାର୍ଯ୍ୟକ୍ରମ ର ଆୟୋଜନ କରି ଅନୁଷ୍ଠାନର ସେବାବ୍ରତୀ ମାନେ ଲୋକମାନଙ୍କ ଦ୍ୱାରା ବେଶ୍ ଉଚ୍ଛ୍ଵସିତ ଓ ପ୍ରଶଂସିତ ହୋଇଛନ୍ତି । କାର୍ଯ୍ୟକ୍ରମରେ ଅନୁଷ୍ଠାନର କୈଳାଶ ଗୁରୁଜୀ, ପ୍ରଫୁଲ୍ଲ ଗୁରୁଜୀ, ଲକ୍ଷ୍ମଣ ଗୁରୁଜୀ, ରାଜୀବ ଗୁରୁଜୀ, ବସନ୍ତ ଗୁରୁଜୀ, ଗୀତା ଗୁରୁମା, ମାଧୁରୀ ଗୁରୁମା,ଜୟନ୍ତୀ ଗୁରୁମା, ପ୍ରଣୀତା ଗୁରୁମା, ତପସ୍ୱିନୀ ଗୁରୁମା, ଅନୁରାଧା ଗୁରୁମା, ଭାରତୀ ଗୁରୁମା,କଳ୍ପନା ଗୁରୁମା, ମଧୁ ଗୁରୁମା, ସଂଜ୍ଞା ଗୁରୁମା,ସମସ୍ତ ଗୁରୁଜୀ, ଗୁରୁମା ଏବଂ ଲକ୍ଷ୍ମୀ ମାଉସୀ, ମମିତା ମାଉସୀ ଏହି ପୂର୍ଣ୍ଣ ସହଯୋଗ କରିଥିଲେ। କୈଳାଶ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *