
ଜି ଉଦୟଗିରି ୨୩/୦୪ ନୀଳମାଧଵ ପ୍ରଧାନ
ସହର ମୁଁହା ହେଲେଣି ହାତୀ। ଉତ୍ତର ଘୁମୁସର ବନଖଣ୍ଡ ରୁ ଖସି ଆସିଥିବା ୨ ଦନ୍ତା ଆସି ଜି.ଉଦୟଗିରି ବନାଞ୍ଚଳ ରେ ନିଜ ଉପସ୍ଥିତ ଥିବା ବେଳେ, ମଙ୍ଗଳବାର ଓ ବୁଧବାର ଜାତୀୟରାଜ ପଥ ଉପର କୁ ଆସି ନିଜ ଉପସ୍ଥିତ ଜାହିର କରିଛନ୍ତି l ମଙ୍ଗଳବାର ଦିନ ଆଦର୍ଶ ବିଦ୍ୟାଳୟ ପଛପାଖ ଅଶ୍ୱିନୀ ପ୍ରଧାନ ଙ୍କ ଘର ଚାରିପଟେ ପଇଁତରା ମାରିବା ଫଳରେ ତାଙ୍କ ପରିବାର ଭୟଭୀତ ଭାବେ ରହି ବନବିଭାଗ ର ବନପାଳ ରଶ୍ମିତା ବକ୍ସି ଙ୍କୁ ଫୋନ୍ କରିବା ପରେ ବନକର୍ମଚାରୀ ତାକୁ ଘଉଡ଼ାଇବା ପାଇଁ ଉଦ୍ୟମ କରି ଘଉଡ଼ାଇ ଥିଲେ l ବୁଧବାର ଦିନ ବିଳମ୍ବିତ ରାତିରେ ଜାତୀୟରାଜ ପଥ ଉପରେ ନିଜର ଉପସ୍ଥିତ ଜାହି ର କରିବା ସହ ମିଖାଲ ପ୍ରଧାନ ର ଘର ଭାଙ୍ଗିଥିବା ଜଣାପଡିଛି। ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି କରେଣ୍ଟ କାଟି ପୀଡିକାମାହା, ପଦାସାହି ଓ ନନ୍ଦଗିରି ଅଞ୍ଚଳ ର କିଛି ଜନ ସାଧାରଣ ନିଜ ଅଞ୍ଚଳ ରେ ନ ପୁରାଇନଦେବା ପାଇଁ ହୋହାଲ୍ହା କରିଥିଲେ l ଫଳରେ ଆଇନାଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ, ବିଦ୍ୟୁତ ଆସିଷ୍ଟାଟ ଇଞ୍ଜିନିଅର, ଓ ବନବିଭାଗ ଉପସ୍ଥିତ ରହି ୨ ଘଣ୍ଟା ପରେ ରାସ୍ତା ପାର କରାଇଥିଲେ l ପ୍ରକାଶ ଥାଉକି ୨ ଦନ୍ତା ରୁ ୧ ଦନ୍ତା ପାଖାପାଖି ଏକ ମାସ ତଳେ ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ପାବୁରିଆ ସେକ୍ସନ ଅନ୍ତର୍ଗତ ଡାମ୍ବା ଅଞ୍ଚଳ ରୁ ୩ ଜଣଙ୍କୁ ଦନ୍ତା କଚାଡି ମାରିଥିବା ବେଳ, ମୁଖ୍ୟ ରାଜପଥ କୁ ଚାଲିଆସୁଥିବାରୁ ଅଞ୍ଚବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି l
