

ଜି ଉଦୟଗିରି ୨୪/୦୪ (ନୀଳମାଧଵ ପ୍ରଧାନ)ଦିନ କୁ ଦିନ ଦୁର୍ଘଟଣା ବଢୁଥିବା ବେଳେ ଅକାଳ ରେ ଯାଉଛି ଜୀବନ। ଯେତେ ସଚେତନ କଲେ ମଧ୍ୟ କମୁନି ଦୁର୍ଘଟଣା। ସୁସ୍ଥ ସମାଜ ପାଇଁ ଯାହା ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ଅଧିକ ସଚେତନ ଆବଶ୍ୟକ ରହିଛି। ଏହି କ୍ରମରେ ଆଜି ଜି ଉଦୟଗିରି ପୁଲିସ ପକ୍ଷରୁ ରାଇପଦା ଠାରେ ଗାଡି ମୋଟର ଯାଞ୍ଚ କରାଯାଇଛି। ଜି ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ ଏକ ଟିମ କଳିଙ୍ଗା ନିକଟସ୍ଥ ରାଇପଦାଠାରେ ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା . ଯାଞ୍ଚ ସମୟରେ ଗାଡି ଚଳେଇଲା ବେଳେ ହେଲେମେଟ ବ୍ୟବହାର କରିବା, ଗାଡି ଚଳାଇବା ବେଳେ ମାଦକ ଦ୍ରବ୍ୟ ବ୍ୟବହାର ନ କରିବା, ଦ୍ରୁତ ଗତି ଗାଡି ନ ଚଲେଇବା, ସିଟ ବେଲ୍ଟ ବ୍ୟବହାର କରିବା, ନାବାଳକ ଙ୍କୁ ଗାଡି ନ ଦେବା, ଆଦି ଯାଞ୍ଚ କରିବା ସହିତ ଏହି ନିୟମ ଭଙ୍ଗ କାରିଙ୍କୁ ସଚେତନ କରା ଯାଇଛି।
