
ବେଲଗୁଣ୍ଠା ୦୪/୦୫(ନାରାୟଣ ପଣ୍ଡା)ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଅତ୍ୟନ୍ତ ସନ୍ତୋଷଜନକ ରହିଛି। ବ୍ଲକର ମୋଟ ୨୪ଟି ହାଇସ୍କୁଲରୁ ପରୀକ୍ଷା ଦେଇଥିବା ୧୫୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବ୍ଲକର ସାମଗ୍ରିକ ପାସ୍ ହାର ୯୮.୮୬ ପ୍ରତିଶତ ରହିଥିବା ବେଳେ ଅନେକ ଶିକ୍ଷାନୁଷ୍ଠାନ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି।ବ୍ଲକ ସ୍ତରରେ ବେଣିପଲ୍ଲୀ ଶ୍ରୀ ଶ୍ରୀ ଗୋପୀନାଥ ବିଦ୍ୟାପୀଠର ଛାତ୍ର ଅନିଲ କୁମାର ନାୟକ ୫୫୮ ମାର୍କ ରଖି ସର୍ବାଧିକ ନମ୍ବର ହାସଲ କରି ବ୍ଳକ୍ ଟପର୍ ହୋଇଥିବା ବେଳେ। ସେହିପରି ପାଇଲିପଡ଼ା ନାରାୟଣ ପୃଷ୍ଟି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ସନ୍ତୋଷ ସାହୁ ୫୫୦ ମାର୍କ ଦ୍ୱିତୀୟ ଏବଂ ଆଞ୍ଚଳିକ ନୋଡାଲ ବିଦ୍ୟାଳୟ ବଡବୋରସିଂ ର ଛାତ୍ରୀ ଶ୍ରେୟା ପଣ୍ଡା ୫୪୪ ମାର୍କ ରଖି ବ୍ଳକ୍ ରେ ତୃତୀୟ ସ୍ଥାନରେ କୃତିତ୍ୱ ଅର୍ଜନ କରିଛନ୍ତି।ଚଳିତ ବର୍ଷ ବ୍ଲକରେ ମୋଟ ୮ ଜଣ ଛାତ୍ରଛାତ୍ରୀ ‘A1’ ଗ୍ରେଡ୍ ପାଇଥିବା ବେଳେ ୬୦ ଜଣ ‘A2’ ଗ୍ରେଡ୍ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୧୫୩ ଜଣ B1, ୩୦୬ ଜଣ B2, ୪୧୧ ଜଣ C, ୩୭୭ ଜଣ D ଏବଂ ୧୬୮ ଜଣ E ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ବ୍ଲକର ୨୪ଟି ସ୍କୁଲ ମଧ୍ୟରୁ ୧୪ଟି ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷା ଫଳ ହୋଇଛି।
ବେଲଗୁଣ୍ଠା ନୋଡାଲ.ଜି.ଟି. ହାଇସ୍କୁଲ ରୁ ସର୍ବାଧିକ ୧୭୮ ଜଣ ପରୀକ୍ଷା ଦେଇ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି, ଯାହା ବ୍ଲକ ପାଇଁ ଏକ ବଡ଼ ଉପଲବ୍ଧି।ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସ୍ଥାନୀୟ ଶିକ୍ଷାବିତ୍, ଅଭିଭାବକ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବ୍ଳକ୍ ଶିକ୍ଷାଧିକାରୀଙ୍କୁ ସମେତ ପ୍ରେସ କ୍ଲବ ବେଲଗୁଣ୍ଠା,ମୁଳିଆ ସ୍ମାରକୀ କୋର୍ କମିଟି, କାଉନସିଲର ଦିବ୍ୟ ରଞ୍ଜନ ଦାଶ, ଭାସ୍କର ପାତ୍ର,ବିଜେପି ସମ୍ପାଦକ ସୁର୍ଯ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
