
ଜି ଉଦୟଗିରି ୦୪/୦୫(ନୀଳମାଧଵ ପ୍ରଧାନ)ପ୍ରକୃତି ପ୍ରେମୀ ତଥା ସମାଜ ସେଵୀ ଅନିଲ କୁମାର ଙ୍କ ୨୫ ତମ ବିବାହ ବାର୍ଷିକ ରେ ଜି ଉଦୟଗିରି ବରାଳିନୀ ମାର୍କେଟ ରେ ୨୫ ବୃକ୍ଷ ରୋପଣ କରି ନିଆରା ପଦକ୍ଷେପ ନେଇଥିବା ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ଦିନ କୁ ଦିନ ଜଳବାୟୁ ପରିବର୍ତନ କାରଣ ରୁ ପ୍ରକୃତି ର ତାଣ୍ଡବ ରୂପ ଦେଖିବାକୁ ମିଳୁଥିବା ବେଳେ ବୃକ୍ଷ ରୋପଣ ଏକ ମାତ୍ର ବିକଳ୍ପ ରହିଛି। ନଚେତ ଦିନେ ସମସ୍ତେ ଦିଲ୍ଲୀ ଅବସ୍ଥା ଦେଖିବାକୁ ପଡିପାରେ। ତେଣୁ ଏହି ଭଳି ପଦକ୍ଷେପ କୁ ସାଧାରଣ ରେ ସମସ୍ତେ ପ୍ରଶଂସା କରିଥିବା ବେଳେ ଆଜିର ବରାଳିନୀ ମାର୍କେଟ ତରଫରୁ ସମସ୍ତେ ଏକାଠି ହୋଇ ଶ୍ରୀ ପଟ୍ଟନାୟକ ଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଶୁଭକାମନା ଜଣାଇବା ସହିତ ମିଠା ବାଣ୍ଟି ଉତ୍ସବ ପାଳନ କରିଥିଲେ।ମା ବରାଳିନୀ ବ୍ୟବସାୟୀ ସଙ୍ଘ ର ସବୁଜ ମାର୍କେଟ ସ୍ବପ୍ନ କୁ ପୂରଣ କରିଥିବାରୁ ସଙ୍ଘ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।
