

ଗଞ୍ଜାମ ଜିଲ୍ଲା ପ୍ରତିନିଧି ଶିବରାମ ଚୌଧୁରୀ ହିଞ୍ଜିଳିକାଟୁ:୧୬/୫ -ହିଞ୍ଜିଳିକାଟୁ ଓ ଆସ୍କା ଅଞ୍ଚଳ ଦେଇ ପ୍ରଭାବିତ ଘୋଡ଼ାହାଡ ଓ ଋଷିକୁଲ୍ୟା ନଦୀରୁ ପ୍ରତିଦିନ ବାଲି ଚୋରାଚାଲାଣ ହେଉଥିବାର ଦେଖିବାକୁ ମିଳୁଛି । ବାଲିମାଫିଆ ମାନେ ପ୍ରଶାସନ କୁ ଖୋଲା ଚାଲେଞ୍ଜ କରି ପ୍ରତେହ ରାତିରେ ଶହ ଶହ ହାଇୱା, ଟିପ୍ପର, ଟ୍ରକ୍ ଓ ଟ୍ରାକ୍ଟର ମାଧ୍ୟମରେ ବାଲି ଚୋରାଚାଲାଣ କରୁଥିବା ନିତିଦିନ ଘଟଣା ସାମ୍ନାରେ ଆସୁଛି । ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲେ ମଧ୍ୟ ବାଲି ମାଫିଆ ମାନେ ଚୋରା ବାଟ ଦେଇ ବାଲି ଚୋରାଚାଲାଣ କରୁଛନ୍ତି । ବୁଧବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ତହସିଲଦାର କୁକୁଡ଼ାଖଣ୍ଡି ରୁ ହିଞ୍ଜିଳିକାଟୁ ଫେରୁଥିବା ସମୟରେ ଚୈତନ୍ୟପୋଡା ପେଟ୍ରୋଲ ପମ୍ପ ନିକଟରେ ହାଇୱା (ନଂ ଓଡ଼ି 0୭ ଏ କିୟୁ ୭୭୭୧) ବାଲି ବୋଝେଇ ହାଇୱାକୁ ସନ୍ଧେହ୍ କରି ଅଟକାଇଥିଲେ । ବିନା ଟ୍ରାଞ୍ଜିଟ ପାସ୍ ଯୋଗେ ବାଲି ଚୋରା ଚାଲାଣ ହେଉଥିବାରୁ ତହସିଲଦାର ତପନ କୁମାର ମହାପାତ୍ର ସଂପୃକ୍ତ ବାଲି ବୋଝେଇ ହାଇୱକୁ ଜବତ କରି ତହସିଲ ଅଫିସ ରେ ଅଟକ ରଖିଛନ୍ତି।
