ଚିନିଶିଳ୍ପ କର୍ମଚାରୀ ସଙ୍ଘର କଳାବ୍ୟାଜ ପରିଧାନ ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ଶିବରାମ ଚୌଧୁରୀ ଆସିକା :-୨୧/୦୫/ଗଞ୍ଜାମ ଜିଲ୍ଲା ର ଏକ ମାତ୍ର ଚିନିଶିଳ୍ପ ର କର୍ମଚାରୀ ମାନେ ସେମାନଙ୍କ ନାର୍ଯ୍ୟ ଦାବୀ ପୂରଣ ନହେବାରୁ ପୁଣି କଳା ବ୍ୟାଜ ପରିଧାନ କରି ଏକ ସମ୍ପାଦକ ମାଧ୍ୟମ ରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଗତ ମାର୍ଚ୍ଚ ମାସରେ ଚିନି ଶିଳ୍ପ କର୍ମଚାରୀ ସଙ୍ଘ ପକ୍ଷରୁ କାରଖାନା ଆଗରେ ଧାରଣା ରେ ବସିଥିଲେ l ଚିନି ଶିଳ୍ପ ର ହିତ ଦୃଷ୍ଟିରୁ ପରିଚାଳନା କତୃପକ୍ଷ ସଙ୍ଘ ସହ ଆଲୋଚନା କରି ମେ ୦୧ ତାରିଖ ପୂର୍ବରୁ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇ ଧାରଣା କୁ ଉଠାଇ ଦେଇଥିଲେ l ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରି ନହେବାରୁ କର୍ମଚାରୀ ମାନେ କଳା ବ୍ୟାଜ ପରିଧାନ କରି ପୁଣି ପ୍ରତିବାଦ ଜଣାଇଛନ୍ତି l ପ୍ରକାଶ ଥାଉକି କର୍ମଚାରୀ ସଙ୍ଘ ପକ୍ଷରୁ କାରଖାନା ପରିଚାଳନା ପରିଷଦ ନିକଟରେ ୦୩ ଦଫା ଦାବୀ ରଖିଥିଲେ l ଚିନିକାରଖାନା ର ୧୦୫ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବକେୟା ୦୩ ବର୍ଷର ବୋନସ ଟଙ୍କା ପ୍ରଦାନ, ବରିଷ୍ଟତା ଓ ଯୋଗ୍ୟତା ଭିତିରେ ନିଯୁକ୍ତି ପ୍ରଦାନ ନେଇ ଦାବୀ ରଖିଥିଲେ l ଗତ ୨୭/୧୧/୨୫ ରେ ଏକ ତ୍ରି ପକ୍ଷ ଆଲୋଚନା ରେ ସହମତି କୁଆଡେ ହୋଇଥିଲl l ଏହାକୁ ପରିଚାଳନା କତୃପକ୍ଷ କାର୍ଯ୍ୟକାରୀ ନକରୁଥିବା ହେତୁ ଶ୍ରମ ଆଇନରେ ଥିବାରେ ଜୋରିମାନା ବାବଦର ଆର୍ଥିକ ରାଶି ଦେବାକୁ ରାଜ୍ୟ ର ଶାସନ ସଚିବ, ଶ୍ରମ ସଚିବ, ଡିଭିଜନ ଶ୍ରମ ଅଧିକାରୀ, ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ, ସହ ଶ୍ରମ ଅଧିକାରୀ ଙ୍କ ଉଦେଶ୍ୟ ରେ ଏକ ଲିଖିତ ପତ୍ର ସମ୍ପାଦକ ମାଧ୍ୟମ ରେ ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସଙ୍ଘର ସଭାପତି ପ୍ରଦୀପ ସେଠୀ, ଦିଲ୍ଲୀପ କୁମାର ସ୍ୱାଇଁ, କୈଳାସ ଚନ୍ଦ୍ର ପଟନାୟକ, ସନ୍ତୋଷ ପଟନାୟକ, ମନୋଜ କୁମାର ନାହାକ, କୈଳାସ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *