ଏଟିଏମ ରେ କାମ କରୁନି ଏସି, ନାକେଦମ ଉପୋଭୋକ୍ତା।

ଜି ଉଦୟଗିରି ୨୧/ ୦୫(ନୀଳମାଧବ ପ୍ରଧାନ)
କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ଥିବା ବିଭିନ୍ନ ବ୍ୟାଙ୍କ ର ଏଟିଏମରେ ଏସି କାମ କରୁନ ଥିବା କାରଣରୁ ଲୋକୋ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜି ଉଦୟଗିରି ଭଞ୍ଜ ମାର୍କେଟ କଂପ୍ଲେକ୍ସ ଥିବା ଏସବିଆଇ ଏଟିଏମ ଏବଂ ୟୁନିଅନ ବ୍ୟାଙ୍କ ନିକଟରେ ଥିବା ଏଟିଏମ ଏସି ବହୁ ଦିନ ଖରାପ ପଡିଛି ଯେ ପଡିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ଲାଇନରେ ରହି ଝାଳ ନାଳ ହୋଇଛି ଟଙ୍କା ଉଠାଉଥିବା ବେଳେ ନାକେଦମ ହୋଉଥିବା ଦେଖିବାକୁ ମିଳିଛି । ବିଶେଷ କରି ବରିଷ୍ଠ ନାଗରିକ ମାନେ ଖରାକୁ ବିଶେଷ ଅସୁବିଧା ହେଉଥିବା ଜଣାପଡୁଛି । ତେଣୁ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଶିଘ୍ର ମରାମତି କରିବାକୁ ସାଧାରଣ ରେ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *