
ଜି.ଉଦୟଗିରି ୩୧/୦୫(ନୀଳମାଧଵ ପ୍ରଧାନ )ଚାଞ୍ଚେଡ଼ି ଗ୍ରାମ ବାସୀଙ୍କ ସହଯୋଗ ରେ ଶନିବାର ଦିନ କଳସ ଯାତ୍ରା ଏବଂ ରବିବାର ଦିନ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଚାଞ୍ଚେଡ଼ି ଗ୍ରାମରେ ଆଞ୍ଚଳିକ କେନ୍ଦ୍ର କମିଟି ସଭାପତି ତ୍ରିଲୋଚନ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ମା ପାଟ୍ଟଖଣ୍ଡା ଆଞ୍ଚଳିକ ଗୋଁଣ୍ଡ ସମାଜ ତରଫରୁ ବାର୍ଷିକ ମହାସଭା ମହାଆଡମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ଓଡ଼ିଶା ପ୍ରଦେଶ ମହାସଚିବ ପ୍ୟାରୀ ମୋହନ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଗୋଁଣ୍ଡ ସଭାପତି ବିଷ୍ନୁ ଚରଣ ପ୍ରଧାନ,ରାଜ୍ୟ ଉପ-ସଭାପତି ଅକ୍ଷୟ କୁମାର ନାୟକ, ଅନୁଗୁଳ, ଗଣେଶ୍ୱର ନାୟକ, ଅନୁଗୁଳ ଜିଲ୍ଲା ସଦସ୍ୟ,ଶୈଳେନ୍ଦ୍ର ସିଂ,ରାଜ୍ୟ କର୍ମଚାରୀ ସଦସ୍ୟ,ତତସହିତ ରାଜ୍ୟ କମିଟିର ଅନ୍ୟ କର୍ମକର୍ତ୍ତା, କନ୍ଧମାଳ ଜିଲ୍ଲା କମିଟି, ବ୍ଲକ କମିଟି, ସମସ୍ତ ଆଞ୍ଚଳିକ କମିଟିର କର୍ମକର୍ତ୍ତା ଏବଂ ଗୋଁଣ୍ଡ ସମ୍ପ୍ରଦାୟର ଶତାଧିକ ମହିଳା ପୁରୁଷ, ଯୁବକ ଯୁବତୀ ଯୋଗ ଦେଇଥିଲେ I ଚଳିତ ବର୍ଷ ମେଟ୍ରିକ ଓ ଦ୍ୱାଦଶ ଶ୍ରେଣୀରୁ 60 ପ୍ରତିଶତରୁ ଅଧିକ ନମ୍ୱର ରହି ଉତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ମେଧା ସମ୍ମାନ ରେ ସମ୍ମାନିତ କରାଯାଇଥିଲା I ବିଗତ ଦିନରେ ଗୋଁଣ୍ଡ ସମାଜର ସାଙ୍ଗଠନିକ ଦାୟିତ୍ୱ ତଥା ପଦାଧିକାରୀ ଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି,ତେଣୁ ସେମା ନଙ୍କ ସମ୍ମାନ ଦୃଷ୍ଟିକୋଣରୁ ତାଙ୍କ ପରିବାର ବର୍ଗ ଙ୍କୁ ମରଣତ୍ତୋର ସମ୍ମାନରେ ସମ୍ମାନିତ କରାଯାଇଛି I ଏବଂ ବିଭିନ୍ନ ପ୍ରକାର ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି I ଶେଷରେ ଚାଞ୍ଚେଡ଼ି କେନ୍ଦ୍ର ସଭାପତି ତ୍ରିଲୋଚନ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ I
