
ଜନତା ଖବର ଟିଭି ବ୍ୟୁରୋ ୧୯/୦୧ ମୋହନା ଥାନା ଗଞ୍ଜାମ ଗଜପତି ସୀମାନ୍ତ ଯରାଉ ଛେଦନଈ ଗ୍ରାମ ନିକଟ ରେ ଅଟୋ ଓଲଟି ୨୨ ଜଣ ଗୁରୁତ୍ତର । ସୂଚନା ମୁତାବକ ଏକ ଯାତ୍ରୀବାହୀ ଅଟୋ ରେ ୨୪ ଜଣ ମୋହନା ବ୍ଲକ ଗୋବିନ୍ଦ ପୁର ଗ୍ରାମରୁ ବଡଗଡ ଅଭିମୁଖେ ଆସୁଥିବା ବେଳେ ଭେଟନଈ ଗ୍ରାମ ନିକଟରେ ଭରଶ୍ୟାମ ହରାଇ ରାସ୍ତା ପର୍ଶ୍ୱକୁ ଓଲଟି ପଡିଥିଲା । ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖିବା ପରେ ସୂଚନା ଦେବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା କିନ୍ତୁ ୧୨ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଉଛି । ଏହି ଅଟୋରେ ପୁରୁଷ 8 , ମହିଳା୫ ଜଣ ଛୋଟ ପିଲା ୯ ଜଣ ଓ ଶିଶୁ ୨ଜଣ ଥିଲେ ।
