ତିନି ବନ୍ଧୁକ, ଅସ୍ତ୍ରଶସ୍ତ୍ର ସାମଗ୍ରୀ ସହ ବନ୍ୟ ଜନ୍ତୁ ଶରୀର ଅଂଶ ଜବତ, ୪ ଗିରଫ ।

ବନାଞ୍ଚଳର ବଡ଼ ସଫଳତା । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଦକ୍ଷିଣ ଘୁମୁସର ବନଖଣ୍ଡ ବଡଗଡ ରେଞ୍ଜ ଅଧୀନ ବୁଢାମ୍ବ ଗ୍ରାମର ଚାରି ଜଣଙ୍କ ଘରୁ ଅବୈଧ ଭାବେ ରଖିଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର , ତାହାର ସାମଗ୍ରୀ ସହ , ବନ୍ୟ ଜନ୍ତୁ ଶରୀର ଅଂଶ ଜବତ ।ଚାରି ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ମାନେ ହେଲେ ବୁଢ଼ାମ୍ବ ଗ୍ରାମର ଆୟନ ରଇତ, ବୁଢ଼ା ଶବର, ସୁବୁଦ୍ଧି ମଣ୍ଡଳ, ଯାକବ ଶବର । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ଅର୍ଥାତ ୧୯/୦୧/୨୬ ବଡଗଡ ବନ୍ ଅଧିକାରୀ ଅଞ୍ଜନ କୁମାର ନାୟକ ଙ୍କ ତତ୍ତ୍ଵାବଧାନ ରେ ଏକ ଟିକ ବୋରାଦା ପଞ୍ଚାୟତ ବୁଢ଼ାମ୍ବ ଗ୍ରାମର ଚାରି ଜଣଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ଅବୈଧ ଭାବେ ଥିବା ତିନୋଟି ଦେଶୀ ବନ୍ଧୁକ , କିଛି ଅସ୍ତ୍ରଶସ୍ତ୍ର ସାମଗ୍ରୀ ସହ ବନ୍ୟ ଜନ୍ତୁ ମାନଙ୍କ ଶରୀର ର ଖଣ୍ଡିଆ ଅଙ୍ଗ ଜବତ ହୋଇଥିଲା । ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଗ୍ରାମର ବସବାସ କରୁଥିବା ଲୋକ ମାନେ ଜଙ୍ଗଲ ନଷ୍ଟ କରୁଥିବାରେ ଲିପ୍ତ ରହୁଥିବା ଯୋଗୁଁ ବଡଗଡ ବନ୍ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଏହି କାମରୁ ନିଜକୁ ଦୂରେଇ ରଖନ୍ତୁ ବା ନିବୃତ ରଖନ୍ତୁ ।

Leave a Reply

Your email address will not be published. Required fields are marked *