ଭଂଜନଗର ପୋଲିସ ପକ୍ଷରୁ ମୋବାଇଲ ଫେରସ୍ତ ମେଳା

ଜନତା ଖବର ଟିଭି ବ୍ୟୁରୋ ୨୫/୦୧ ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ପକ୍ଷରୁ ଆଜି ମୋବାଇଲ ଫେରସ୍ତ ମେଳା ଅନୁଷ୍ଟିତ ହୋଇଯାଇଛି । ମୋବାଇଲ ହଜିଗଲେ ଲୋକଙ୍କ ମନ ପୁରା ଫିକା ପଡ଼ିଯାଏ କାରଣ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସେମାନେ ହରେଇ ବସନ୍ତି। ମୋବାଇଲ କୁ ହରାଇ ବହୁ ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି ଲୋକେ । ହଜି ଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଗୁଡିକୁ ବିଭିନ୍ନ କୌଶଳ କ୍ରମେ ମୋବାଇଲ ଗୁଡିକୁ ଉଦ୍ଧାର କରିପାରିଛି । ଆଜି ୩୩ ଜଣ ପ୍ରକୃତ ମାଲିକଙ୍କୁ ଡାକି ମୋବାଇଲ ଫେରାଇଛି ଭଞ୍ଜନଗର ପୋଲିସ୍ । କିଛି ମାସ ମଧ୍ୟରେ ଏହି ଥାନା ପକ୍ଷରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ନାମିଦାମୀ ମୋବାଇଲ ସାଇବର ଟିମ ଦ୍ୱାରା ଉଧାର କରି ପ୍ରକୃତ ମାଲିକଙ୍କୁ ଫେରାଯାଇଛି । ନିଜ ହଜିଯାଇଥିବା ମୋବାଇଲ କୁ ପାଇ ମାଲିକ ମାନେ ଖୁବ ଖୁସି ଅଛନ୍ତି । ଭଂଜନଗର ପୋଲିସର ଏଭଳି କାର୍ଯ୍ୟକୁ ସାଧୁବାଦ ଦେବା ସହ ଭୁୟସୀ ପ୍ରଶଂଶା କରାଯାଇଛି ।

Leave a Reply

Your email address will not be published. Required fields are marked *