ଭଞ୍ଜନଗର କୁଲାଡ ରେ ମସାଲ ଶୋଭାଯାତ୍ରା

ଭଞ୍ଜନଗର୨୭/୦୧ଜନାତଖବରଟିଭି ବ୍ୟୁରୋ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆଜି ଘୁମୁସର ର ଆରାଧ୍ୟ ଦେବୀ କୁଲାଡ଼ ମା ବାଗ ଦେବୀ ଙ୍କ ପିଠାରୁ ମଶାଲ ଶୋଭାଯାତ୍ରା ବାହାରିଛି, ଏହି ମଶାଲ ବିଭିନ୍ନ ଶକ୍ତି ପୀଠ ହୋଇ ଗୋପାଳ ପୁର ଠାରେ ପହଞ୍ଚିବ l ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦେଶ କ୍ରମେ ଆଜି ଭଞ୍ଜନଗର ପ୍ରଶାସନ ପକ୍ଷ ରୁ ସକାଳୁ ସକାଳୁ ମା ବାଗ ଦେବୀ ଙ୍କ ପୀଠରେ ପୂଜାର୍ଚନା କରାଯାଇ ମାଙ୍କ ନିକଟରୁ ପ୍ରଦୀପ ପ୍ରଯ୍ୟୁଳନ କରି ମସାଲ ରେ ଲଗାଯାଇଥିଲ l ଏବଂ ମନ୍ଦିର ରୁ କୁଲାଡ଼ ଗାଁ ଛକ ପର୍ଯ୍ୟନ୍ତ ମସାଲ କୁ ଏକ ଶୋଭାଯାତ୍ରା ରେ ନିଆଯାଇଥିଲା l ଢୋଲ, ଘଣ୍ଟ, କାହାଳି ରେ ପ୍ରକମ୍ପିତ ହେଉଥିଲା ସାରା ଅଂଚଳ, ସ୍ଥାନୀୟ ଉପଜିଲ୍ଲାପାଳ, ଓ ବିଧାୟକ ସମେତ, ସମସ୍ତ ପ୍ରଶାସନ ଅଧିକାରୀ ଓ ଅଞ୍ଚଳ ବାସୀ ଏହି ଶୋଭା ଯାତ୍ରା ରେ ଯୋଗ ଦେଇଥିବା ବେଳେ l ପ୍ରଥମ ଥର ପାଇଁ ଘୁମୁସର ର ଅଧିଷ୍ଠାତ୍ରୀ ଦେବୀ ମା ବାଗ ଦେବୀ ଙ୍କ ପୀଠରୁ ଏହି ମସାଲ ବାହାରିଥିବାରୁ ଅଞ୍ଚଳ ବାସୀ ଗର୍ବ ଅନୁଭବ କରିଛନ୍ତି l ଏହି ମସାଲ ଆଜି ଗୋପାଳ ପୁର ବେଳା ଭୂମିରେ ପହଞ୍ଚିବା ପରେ ସେଠାରେ ଆଜି ମହୋତ୍ସବ ର ଉଦଘାଟନୀ କାର୍ଯକ୍ରମ ରହିଛି l

Leave a Reply

Your email address will not be published. Required fields are marked *